ଘୋଷଣା ହୋଇଛି ୨ ଶହ କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡି । ଗତବର୍ଷ ୧୨ଟି ଜିଲ୍ଲା ୬୪ ବ୍ଲକରେ ଖରିଫ୍ ଚାଷ ପ୍ରଭାବିତ ହୋଇଥିଲା । ଏବାବଦକୁ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଆରମ୍ଭ ହୋଇଛି ପକ୍ରିୟା । ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ଏବେ ଅର୍ଥିକ ସହାୟତା ମିଳିବ ନାହିଁ । ତେବେ ଅନ୍ୟ ଜିଲ୍ଲାର ଚାଷୀ ବି ଇନ୍ପୁଟ ସବ୍ସିଡି ପାଇବା ନେଇ ଦ୍ୱନ୍ଦ୍ୱ । କାରଣ କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍ସିଡି ଘୋଷଣା କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।
Published: Satyendu Shekher Mishra
Last updated: 21 November 2022, 12:29 PM IST
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।