• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟିଏମସି ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଦର୍ଥ ଉକ୍ତି ରଖି ତାଙ୍କୁ ସମାଲୋଚନା କରିଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖୀଳ ଗିରି ଭୁଲ କରିଛନ୍ତି ବୋଲି କହିଛନ୍ତି ମମତା । ଅଖିଳଙ୍କ ମନ୍ତବ୍ୟ ପାଇଁ ଦଳ କ୍ଷମା ମାଗିଥିଲା ଏବଂ ସେ ନିଜେ କ୍ଷମା ମାଗିଥିବା କହିଛନ୍ତି ମମତା ।

ଅଖିଳଙ୍କ ଏଭଳି ମନ୍ତବ୍ୟକୁ ସେ ନିନ୍ଦା କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ଏବଂ ରହିଥିବ ବୋଲି ମମତା କହିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।

ଅପ୍ୟପଟେ ଅଖିଲଙ୍କ ଗିରଫଦାରି ଏବଂ କ୍ୟାବିନେଟରୁ ବହିଷ୍କାର ଦାବିରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ, ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ । କାହା ଇଙ୍ଗିତରେ ମନ୍ତ୍ରୀ ଅଖିଳ ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଲେ ମମତା ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ । ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ମଧ୍ୟ ଏନେଇ ଅଖିଳଙ୍କୁ ନୋଟିସ କରିଥିଲେ ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀକୁ ନେଇ ପ୍ରଥମେ ପୋଲିସ ପରେ ଅଖିଲ ଗିରିଙ୍କ ବିରୋଧରେ କାଲକାଟା ହାଇକୋର୍ଟରେ ମାମଲା ରୁଜୁ ହୋଇଛି ।  ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି । ପଶ୍ଚିମବଙ୍ଗ କ୍ୟାବିନେଟରୁ ଗିରିଙ୍କୁ ବହିସ୍କାର ପାଇଁ ଆବେଦନ କରାଯାଇଛି।