• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଓଡ଼ିଶାର ଖଣିଜ ସଂପଦ, ପ୍ରାଚୁର୍ଯ୍ୟ ଓ ରତ୍ନ ଭଣ୍ଡାର ଲୁଣ୍ଠନ ପାଇଁ ହେଉଛି ଷଡ଼ଯନ୍ତ୍ର’ । କିଛି ବିଦେଶୀ ଶକ୍ତି ଏଭଳି ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା । ପୁରୀ ଜିଲ୍ଲା ବ୍ରହ୍ମଗିରି ସଦର ବ୍ଳକ ମାଳସାହିରେ ଗତ ରବିବାର ଆୟୋଜିତ ବିଜେଡି ପଦଯାତ୍ରା ସମୟରେ ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି । ଅନେକ ଦିନର ନୀରବତା ପରେ ଆଜି ସେ ମୁହଁ ଖୋଲିଛନ୍ତି ।

 

ସେ ଆହୁରି କହିଛନ୍ତି, ଓଡ଼ିଶା ରେ ଏବେ ଏଭଳି ଶକ୍ତିମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ପରାହତ କରିବାକୁ ପଡ଼ିବ । ଆଜି ପରିସ୍ଥିତି ବଦଳି ଯାଇଛି, ଆମକୁ ସତର୍କ ରହିବାକୁ ପଡ଼ିବ । କିଛି ଲୋକ ଭାବୁଛନ୍ତି ଆମେ ଯାହା କହିବୁ, ଯାହା ନିଷ୍ପତ୍ତି ନେବୁ, ସମସ୍ତେ ତାକୁ ଗ୍ରହଣ କରିନେବେ । କିନ୍ତୁ ଆମେ ମରିଯିବୁ ସିନା ସାଲିସ୍ କରିବୁ ନାହିଁ ।

ତେବେ ସଞ୍ଜୟ ଦାସବର୍ମାଙ୍କ ଏହି ବିସ୍ଫୋରଣ କାହା ବିରୋଧରେ ? ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ବିରୋଧରେ ନୁହେଁ ତ ? ତାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଠାରେ କହି ରଖିବାକୁ ଚାହୁଁ ଯେ, ସଂଜୟ ଦାସବର୍ମା ପୂର୍ବରୁ ନବୀନ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଏପରିକି ତାଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ପଦ ବି ଦିଆଯାଇଥିଲା । ଗତ ନିର୍ବାଚନରେ ସେ ହାରିଯିବା ପରେ ବି ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ କିଛିଦିନ ତଳେ ବିଭିନ୍ନ ନିଗମ ଆବଣ୍ଟନ କରାଯାଇଥିବା ବେଳେ ସଂଜୟଙ୍କୁ କୌଣସି ନିଗମ ମିଳିନାହିଁ । ଏବେ ସେ କେବଳି ବିଜେଡି ସାଧାରଣ ସଂପାଦକ-ମୁଖ୍ୟାଳୟ ପଦ ଦାୟିତ୍ୱରେ ଅଛନ୍ତି । ତେବେ ସଂଜୟଙ୍କ ଏଭଳି ବୟାନ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।