Advertisment

ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ

୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ପ୍ରଶ୍ନ ଉଠିଛି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍‌ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minister Samir Ranjan Das

Teachers Association Gherao Minister Samir Dash Residence

ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କଲେ ଶିକ୍ଷକ ସଂଘ। ଓଡ଼ିଶା ସରକାରୀ ହାଇସ୍କୁଲ୍‌ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନ୍‌ସନ୍‌ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତିକୁ ଉଚ୍ଛେଦ ନିୟମ କେବଳ ୨୦୧୬ ମସିହାଠାରୁ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଲାଗୁ କରିଛନ୍ତି।

Advertisment

କିନ୍ତୁ, ୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ସଂଘର କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି। ୨୦୧୩ କଣ୍ଟ୍ରାକ୍ଟଚୁଆଲ୍‌ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ସେମାନେ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ: ଦଣ୍ଡ ଶୁଣାଇଲେ, ତଣ୍ଡ ଗଣିଲେ: ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି

Advertisment

ସୂଚନାଥାଉ କି, ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହେବା ପରେ ଚୁକ୍ତି ଭିତ୍ତିକ ଗ୍ରୁପ ବି, ସି, ଡି ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଅକ୍ଟୋବରରେ ଘୋଷଣା କରିଥିଲେ। ଫଳରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମିତ ହୋଇଥିଲା ଓ ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କର୍ମଚାରୀ ଉପକୃତ ହୋଇଛନ୍ତି। ଏହାକୁ ଦୀପାବଳି ଭେଟି କହିବା ସହ ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

କିନ୍ତୁ ୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରି ନାହିଁ। ତେଣୁ ସରକାର ପାତର-ଅନ୍ତର କରୁଥିବା ଅଭିଯୋଗ ହୋଇଛି। 

Minister Samir Ranjan Dash
Advertisment
Advertisment