/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668523793.jpg)
Padmapur Bypoll
ପଦ୍ମପୁର ଫାଇଟ୍ରେ ରୋଚକ ମୋଡ଼। କିଏ ଆଗ ଭରିବ ପ୍ରାର୍ଥିପତ୍ର? ନାମାଙ୍କନପତ୍ର ଦାଖଲକୁ ନେଇ ଛକାପଞ୍ଝା। ଏଭଳି ସ୍ଥିତି ସେତେବେଳେ ଉପୁଜିଥିଲା, ଯେତେବେଳେ ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧ କ୍ରମେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ଠିକ୍ ନାମାଙ୍କନ ଦାଖଲ ପୂର୍ବରୁ ଅଟକି ଯାଇଥିଲେ। ସମାନ ଧର୍ମସଙ୍କଟରେ ବିଜେଡି କାହିଁକି ନା ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନରତ ଚାଷୀ ସଙ୍ଗଠନ ନାମାଙ୍କନ ପତ୍ର ଦାଖଲ ନକରିବା ଲାଗି ଦଳକୁ ଅନୁରୋଧ କରିଛି ବିଜେଡି। କିନ୍ତୁ ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା। କିନ୍ତୁ ବିଜେପିର ୱେଟ୍ ଆଣ୍ଡ ଓ୍ୱାଚ୍ ନୀତି ପରେ ବିଜେଡି ମଧ୍ୟ ଏହାର ଷ୍ଟ୍ରାଟେଜି ବଦଳିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ରୋଚକ ମୋଡ଼ରେ ପଦ୍ମପୁର ଫାଇଟ୍ ! ଚାଷୀ କାର୍ଡ ଖେଳୁଛନ୍ତି ଉଭୟ BJD-BJP
ଅନ୍ୟପକ୍ଷରେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିବା ଓ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ଦୋଷ ଲଦି ଚାଷୀଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛି ବିଜେଡି। ଆଉ ନାମାଙ୍କନ ଦାଖଲର ଶେଷ ଦିନ ଅର୍ଥାତ ୧୭ ତାରିଖରେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ୍ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ସେପଟେ ଚାଷୀ ଭୋଟ୍ ଯେପରି ହାତରୁ ଚାଲି ନଯାଏ ସେଥିପାଇଁ ସବୁଦଳ ପ୍ରୟାସ କରୁଛନ୍ତି। ବାରମ୍ବାର ଆନ୍ଦୋଳନରତ ଚାଷୀମାନଙ୍କୁ ଭେଟୁଛନ୍ତି ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତା। ଚାଷୀ ପ୍ରସଙ୍ଗ ବାଦ୍ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ନେଇ ମଧ୍ୟ ତେଜିଛି ଆନ୍ଦୋଳନ। ଜିଲ୍ଲା ଗଠନ ଦାବିକୁ ଉଭୟ ବିଜେପି ଓ ବିଜେଡି ସମର୍ଥନ କରୁଛନ୍ତି କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ। ଏହି ପ୍ରସଙ୍ଗରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ। ସେପଟେ ଗତକାଲି ବିଜେପି ନୋମିନେସନ୍ ନକରିବାକୁ ନେଇ ତେଜିଛି ରାଜନୀତି।
ଧାମନଗରରେ ବିଜେପିର ଧମାକାଦାର ବିଜୟ ପରେ ପଦ୍ମପୁର ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଅପରପକ୍ଷରେ ଜୋସ୍ରେ ଥିବା ବିଜେପି ଏହି ଲଢ଼େଇ ଜିତି ୨୪ ନିର୍ବାଚନ ଲାଗି ପ୍ରସ୍ତୁତିକୁ ଆହୁରି ମଜଭୁତ୍ କରିବାକୁ ଚାହୁଁଛି। ତେଣୁ ଡିସେମ୍ବର ୫ରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।
(ପଦ୍ମପୁରରୁ ସଂଜୟ ଜେନା, ସୋମେଶ ମହାନ୍ତି, ଦୀପକ ଶର୍ମା ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)