/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668603362.jpg)
Protest Over Job
ରାଜଧାନୀରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ପୋଲିସ ସହ ୟୁଥ୍ ଫର୍ ଆକ୍ସନ କର୍ମୀଙ୍କ ଧସ୍ତାଧସ୍ତି। ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀ ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲା। ଏହି ସମୟରେ ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ବେକାରୀ ସମସ୍ୟା ନେଇ ରାଜ୍ୟର ୫ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଚେତାବନୀ ଦେଇଥିଲା ୟୁଥ୍ ଫର୍ ଆକ୍ସନ।
ଆଜି ପ୍ରଥମେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ବାସଭବନ, ପରେ ପରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବାସଭବନ ଘେରାଉ କରିବାକୁ ଚେତାବନୀ ଦେଇଥିଲା ସଂଘ।
ଓଡ଼ିଆ ଯୁବକ ଯୁବତୀଙ୍କୁ ବହୁ ଶିଳ୍ପ ସଂସ୍ଥାରେ ଚାକିରି ଲାଗି MOUରେ ବ୍ୟବସ୍ଥା ହୋଇଥିବା ବେଳେ ଶିଳ୍ପ ସଂସ୍ଥାରେ ଓଡିଆ ଯୁବକ ଯୁବତୀ ଚାକିରି ପାଉନଥିବା ଅଭିଯୋଗ କରିଛି ସଂଘ। ତେଣୁ ଆଗାମୀ ଦିନରେ ଯୁବକ ଯୁବତୀଙ୍କୁ MOU ଅନୁଯାୟୀ ୮୦ ପ୍ରତିଶତ ନିଯୁକ୍ତି ସହ ସ୍ୱତନ୍ତ୍ର ଆଇନ ଲାଗୁ ନେଇ ଦାବି କରିଛି ସଂଘ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)