• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ମନେପଡିଛି ଚାଷୀଙ୍କ କଥା । ଘୋଷଣା  ହୋଇଛି ୨ ଶହ କୋଟି ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି । ଗତବର୍ଷ ୧୨ଟି ଜିଲ୍ଲା ୬୪ ବ୍ଲକରେ ଖରିଫ୍ ଚାଷ ପ୍ରଭାବିତ ହୋଇଥିଲା । ଏବାବଦକୁ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ନେଇ ଆରମ୍ଭ ହୋଇଛି ପକ୍ରିୟା । ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ଏବେ ଅର୍ଥିକ ସହାୟତା ମିଳିବ ନାହିଁ । ତେବେ ଅନ୍ୟ ଜିଲ୍ଲାର ଚାଷୀ ବି ଇନ୍‌ପୁଟ ସବ୍‌ସିଡି ପାଇବା ନେଇ ଦ୍ୱନ୍ଦ୍ୱ । କାରଣ କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍‌ସିଡି ଘୋଷଣା କରିଛନ୍ତି  ତାକୁ ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଅସତ୍ୟର ସୌଦାଗର କହିଲା ବିଜେପି, ନିର୍ବାଚନ ଆସିଲେ ଜିଲ୍ଲା କଥା ମନେପଡେ କହିଲା କଂଗ୍ରେସ

ପଦ୍ଣପୁର ଉପନିର୍ବାଚନକୁ ଦେଖି ଚାଷୀଙ୍କୁ ହାତରେ ରଖିବା ପାଇଁ ଇନ୍‌ପୁଟ୍ ସବସିଡି ଘୋଷଣା କରାଯାଇଥିବା ସ୍ପଷ୍ଟ । କାରଣ ୨୦୨୧ ଅକ୍ଚୋବର ୧୧ରେ ମରୁଡି ରିପୋର୍ଟ ମାଗିଥିଲେ ଏସ୍‌ଆରସି । ୨୦୨୨, ଜାନୁୟାରୀ ୧୫ ସୁଦ୍ଧା ଫସଲହାନୀ ରିପୋର୍ଟ ଦେବାକୁ କୁହାଯାଇଥିଲା । ସେହିପରି ରାଜ୍ୟରେ ମରୁଡି ଘୋଷଣା କରାଯାଇନଥିବା ଗତ ଜୁଲାଇ ୧୪ ତାରିଖରେ ବିଧାନସଭାରେ ତଥ୍ୟ ରଖିଥିଲେ ରାଜସ୍ୱମନ୍ତ୍ରୀ । ଅନ୍ୟପକ୍ଷରେ ଇନ୍‌ପୁଟ ସବ୍‌ସିଡି ଘୋଷଣା ନେଇ ବଭିନ୍ନ ସମୟରେ ଚାଷୀ ଆନ୍ଦୋଳନ କରିଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରିନିଥିଲେ ।

ତେଣୁ ହଠାତ୍ ଚାଷୀଙ୍କୁ ଆର୍ଥିକ ସହାୟତା ଘୋଷଣା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପଦ୍ମପୁର ଉପନିର୍ବାଚନ ନଥିଲେ ସରକାର ଆଦୌ ଆର୍ଥିକ ସହାୟତା ଘୋଷଣା କରିନଥାନ୍ତେ ବୋଲି ଦଳ କହିଛି । ଅନ୍ୟପକ୍ଷରେ ଚାଷୀ ପ୍ରଭାବିତ ହୋଇଥିଲେ ତାର ତାଲିକା ପ୍ରକାଶ କରିବାକୁ ବିଜେପି ଦାବି କରିଛି ।

ଏଣେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନରୁ ବଚିଂତ ହେବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଆଲୋଚାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘରୋଇ ବୀମା କଂପାନି-ରାଜ୍ୟ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ଅଧିକାରୀଙ୍କ ଶଶ୍ୟ କାଟ ପରୀକ୍ଷଣ ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବା ବେଳେ ବୀମା କଂପାନୀ ଦେଇଥିବା ଅମଳ ତଥ୍ୟରେ ହେରଫେର କରାଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ଫସଲ ବୀମାକୁ ଆୟୁଧ କରିଥିବା ବେଳେ ବିଜେଡି ଇନ୍‌ପୁଟ ସବ୍‌ସିଡି ଦ୍ୱାରା ଚାଷୀଙ୍କ ମନ କିଣିବାକୁ ଉଦ୍ୟମ କରିଛି । ତେବେ ପଦ୍ମପୁର ଚାଷୀ କାହା ସପକ୍ଷରେ ଫଳାଫଳ କହିବ ।