Advertisment

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି, ବିଧିବଦ୍ଧ ଘୋଷଣାକୁ ଅପେକ୍ଷା...

୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Padampur sub-division will be accorded district status  by Dec 31, 2023

Padampur sub-division will be accorded district status by Dec 31, 2023

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଏହି ସୂଚନା ଦେଇଛନ୍ତି। ବୈଠକରେ ଆଲୋଚନା ସଫଳ ହୋଇଥିବା କମିଟି ସଦସ୍ୟ କହିଛନ୍ତି।

Advertisment

ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି। ତେବେ ଏହାକୁ ବିଜେଡି ତାର ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ଦେଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ଏଯାଏ ତିନି ପ୍ରମୁଖ ଦଳ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି।

ଅନ୍ୟପକ୍ଷେ, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଦୀପ ଦାନ କରାଯାଇଛି। ପଦ୍ମପୁର ସ୍ଥିତ ମା’ କାଳୀଙ୍କ ମନ୍ଦିରରେ ଦୀପ ଦାନ କରିଛନ୍ତି ବିଭିନ୍ନ ଅନୁଷ୍ଠାନର ଲୋକେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ୩ ଦଶନ୍ଧି ଧରି ଦାବି ହୋଇଆସୁଛି। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ। ଏହାର ୩ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେ ସମୟରେ ଦେଇଥିବା ପ୍ରତିଶ୍ରୁତିର କୌଣସି ପ୍ରତିଫଳନ ଦେଖିବାକୁ ମିଳିନାହିଁ।

Advertisment

ଏବେ ପୁଣିଥରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ଦାବି ଜୋର ଧରିଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। 

padmapur-bypoll
Advertisment
Advertisment