ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲାର ମାନ୍ୟତା ନେଇ ଉପନିର୍ବାଚନୀ କାର୍ଡ ଖେଳିଥିବା ନବୀନ ସରକାରଙ୍କ ବଢୁଛି ଟେନସନ । ଧର୍ମଗଡ଼ରୁ ଟିଟିଲାଗଡ଼, ରାଇରଙ୍ଗପୁରରୁ ଭୁବନେଶ୍ୱର । ନୂତନ ଜିଲ୍ଲା ଗଠନ ଦାବିରେ ରାଜ୍ୟର ଏଭଳି ୧୦ରୁ ଅଧିକ ସ୍ଥାନରେ ଦାବି ଉଠିଛି, ମୁଣ୍ଡ ଟେକିଛି ଆନ୍ଦୋଳନ...
ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।
ବଢ଼ିଚାଲିଥିବା ଆନ୍ଦୋଳନକୁ ଦେଖି ରାଜ୍ୟ ସରକାର ମଧ୍ୟ ଜିଲ୍ଲା ସଂଖ୍ୟା ବଢ଼ାଇବା ସପକ୍ଷରେ ଥିବା କୁହାଯାଉଛି।
ଗୋଟିଏ ପଟେ ଅପହଞ୍ଚ ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ଭଳି ଜାଗାରେ ଜନନୀ ଯନ୍ତ୍ରଣା ଆଉ କାଶୀପୁର ଡାଏରିଆ; ଅନ୍ୟପଟେ ହାତପା’ନ୍ତାରେ ଚିକିସ୍ଥା ବ୍ୟବସ୍ଥା ଥିବା ସହର ଓ ମହାନଗରରେ ‘ଦଲାଲ୍’! ଏସବୁ ଭିତରେ ଚିକିତ୍ସାରେ ଆଉ ଏକ ସଙ୍କଟ ଆଣିଛି ଭେଜାଲ ମେଡିସିନ୍। ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖୁଥିବା ଓଡିଶା ସରକାରଙ୍କ ପ୍ରତି ଏହା ଏକ ପ୍ରଶ୍ନ ନୁହେଁ କି?
ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ନାମାଙ୍କନ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ ।
ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ । କାରଣ ଏଠିକାର ଅଧିକାଂଶ ଭୋଟର ହେଉଛନ୍ତି ଚାଷୀ,ସେମାନଙ୍କୁ ମନାଇ ଭୋଟ ହାସଲ ଲାଗି ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ମାତ୍ର ଚାଷୀ ବି ମୌକା ହାତଛଡା କରିବାକୁ ଚାହୁଁ ନାହାନ୍ତି...
ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି, ‘ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି’
ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ
ପଦ୍ମପୁର ଉପନିର୍ବାଚନ ଭୋଟ୍ ପୂର୍ବରୁ ଚାଷୀ ଓ ରାଜନୈତିକ ଦଳଙ୍କ ଛକାପଞ୍ଝା । ଗୋଟିଏ ପରେ ଚାଷୀ କାର୍ଡ ଖେଳି ଭୋଟ ହାତେଇବାକୁ ଦଳଙ୍କ କସରତ।
କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି ।
କିଛିଦିନ ତଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ପୁଣିଥରେ ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି ।
କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ
ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।
ସୌମ୍ୟଙ୍କ ଏଭଳି ମନ୍ତବ୍ୟ ଏବେ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି ।
ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର ।
ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା ।
ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।
ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।
ପ୍ରତିଶ୍ରୁତି ଦେଲା ବିଜେଡି। ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା...ହେଲେ...
ରାଜ୍ୟ ସରକାର ନିୟମ ପାଳନ କରିନଥିବାରୁ ବୀମା ମିଳିବାରେ ଡେରି
ଗତ ମାସ ୧୫ ତାରିଖରେ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଥିଲେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଏହାର ଭିଡିଓ ଭାଇରାଲ୍ ହୋଇଥିଲା।
ପୁରୀ ହବିଷ୍ୟାଳୀ ଶିବିରରେ ବି ହୋଇଥିଲା ନବୀନ ବନ୍ଦନା ।
ବ୍ୟାସନଗର ୮ ନମ୍ବର ଓ୍ୱାର୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ମୋବାଇଲ୍ ଟାଓ୍ୱାର୍ ବସାଇବା ପାଇଁ ଏନ୍ଓସି ଦେବାକୁ ନେଇ, ଉତକ୍ଷିପ୍ତ ପୌରାଧ୍ୟକ୍ଷା ।
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ସାମ୍ନାକୁ ଆସିଥିଲା ଏଭଳି ୩ଟି ଚିତ୍ର । ଆଗକୁ ପଦ୍ମପୁର ଭୋଟ୍ ଥିବାରୁ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ଜିଲ୍ଲା ଗଠନ ଦାବି ।
କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍ସିଡି ଘୋଷଣା କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।