/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673681617.jpg)
Giridhara Gamango
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି କୁହାଯାଉଛି । ଏନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଛାଡ଼ି ଉଭୟ ବିଆର୍ଏସ୍ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଛି । ଓଡିଶା ରେ ବିଆର୍ଏସ୍କୁ ଲିଡ୍ କରିବାକୁ କୁହାଯାଇଛି ବୋଲି ଶିଶିର ଗମାଙ୍ଗ ସୂଚନା ଦେଇଛନ୍ତି । ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ତେଲଙ୍ଗାନା ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
Former Odisha Chief Minister, senior Parliamentarian, national leader Sri Giridhar Gamang paid a courtesy call on Chief Minister Sri K Chandrashekar Rao at Pragati Bhavan today. Sri Shishir Gamang, son of Giridhar Gamang, and others were present at the meeting. pic.twitter.com/qegdh4zpEi
— Telangana CMO (@TelanganaCMO) January 13, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)