/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673686114.jpg)
Prashant jagdev
ପୁଣି ବିଜେଡିରେ ବିଦ୍ରୋହର ସ୍ୱର । ଦଳୀୟ ନେତାଙ୍କୁ ଦଳର ନେତା କଲେ ଟାର୍ଗେଟ । ସାମ୍ନାକୁ ଆସିଲା ନେତାଙ୍କ ମଧ୍ୟରେ ଥିବା କନ୍ଦଳ । ଆମେ କହୁଛୁ ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ପୂର୍ବତନ ଚିଲିକା ବିଧାୟକ ରଘୁ ସାହୁଙ୍କ କଥା । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା । କିନ୍ତୁ କେହି କାହାରି ବିରୋଧରେ ଖୋଲା ଖୋଲି ବୟାନ ବାଜି କରୁନଥିଲେ । ହେଲେ ଏବେ ହଠାତ୍ ରଘୁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ପ୍ରଶାନ୍ତ । ଦେଇଛନ୍ତି ବିସ୍ଫୋରକ ବୟାନ ।
ନିଜ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ବାହୁବଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେଡି ନେତା ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ସେ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ ଜଗଦେବ କହିଛନ୍ତି, ‘ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁ ସାହୁ ।ବିଜେପି ନେତାଙ୍କୁ ପଇସା ଦେଇ ଝଗଡ଼ାର ବାତାବରଣ ସୃଷ୍ଟି କରିଥିଲେ ରଘୁ । ତାଙ୍କରି ଷଡ଼ଯନ୍ତ୍ରରେ ଗାଡ଼ି ଭଙ୍ଗାକୁ ଗାଡ଼ି ମଡ଼ା ଯିବା କୁହାଯାଇଥିଲା ।’
ପ୍ରଶାନ୍ତ ଆହୁରି ମଧ୍ୟ ଦୃଢ଼ତାର ସହିତ କହିଛନ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍ରେ କହିଛନ୍ତି ପ୍ରଶାନ୍ତ ।’
୨୦୧୪ରୁ ୨୦୧୯ ଯାଏ ବିଜେଡି ତରଫରୁ ଚିଲିକାର ବିଧାୟକ ଥିଲେ ରଘୁ ସାହୁ । ୨୦୧୯ରେ ତାଙ୍କ ବଦଳରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡି ଟିକଟ ଦେଇଥିଲା । ଏହା ଆଗରୁ ପ୍ରଶାନ୍ତ ବେଗୁନିଆର ବିଧାୟକ ଥିଲେ । ୨୦୨୨ ଫେବ୍ରୁଆରୀ ୧୨ ତାରିଖରେ ପୁରୀ ଜିଲ୍ଲା ବାଣପୁର ବ୍ଲକ ଆଗରେ ବିଜେପି କର୍ମୀଙ୍କ ଉପରେ ଗାଢ଼ି ଚଢ଼ାଇ ଦେବାର ଅଭିଯୋଗ ତାଙ୍କ ନାଁରେ ହୋଇଥିଲେ । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦେବ । ତାଙ୍କୁ ଦଳରୁ ମଧ୍ୟ ସସ୍ପେଣ୍ଡ କରାଯାଇଥିଲା । ଏବେ ସେହି ଘଟଣାରେ ନିଜ ଦଳର ନେତା ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ଦାୟୀ କରିଛନ୍ତି ପ୍ରଶାନ୍ତ ଜଗଦେବ । ତାଙ୍କର ଏହି ଅଭିଯୋଗକୁ ନେଇ ରଘୁ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)