Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...

author-image
Chandan Shishu
ଅଦ୍ୟତନ ହୋଇଛି
PM awas yojana

PM awas yojana

ପୁଣି ଆବାସ ଯୋଜନାରେ ମିଳିବ ଘର। କେନ୍ଦ୍ର-ରାଜ୍ୟ ମଧ୍ୟରେ ଘୋର କଳି ପରେ ଫିଟିଲା ବାଟ। କେନ୍ଦ୍ରର ଚାପ ପରେ ଘର ବାଣ୍ଟିବାବେଳେ ସ୍ୱଚ୍ଛତା ବଜାୟ ରଖିବାକୁ ଗୁରୁତ୍ୱ। ଦଳୀୟ ଭିତ୍ତିରେ ନୁହେଁ, ଯୋଗ୍ୟ ହିତାଧୀକାରୀଙ୍କୁ ଘର ଦେବା ପାଇଁ ଦାବି। ପ୍ରାୟ ତିନି ବର୍ଷ କାଳ କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଏବେ ରାଜ୍ୟର ପ୍ରାୟ ସାଢେ ୯ ଲକ୍ଷରୁ ଅଧିକ ହିତାଧିକାରୀ ପାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ।

Advertisment

ଏଇ ଯୋଜନାରେ ପ୍ରାୟ ୮ ଲକ୍ଷ ଏବଂ ଫନି ପାଇଁ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ ମଂଜୁରି ଦେଇଛି କେନ୍ଦ୍ର। ହେଲେ କେମିତି ହେବ ଏ ଆବଣ୍ଟନ? କେଉଁ ଆଧାରରେ ଚୟନ ହେବେ ହିତାଧିକାରୀ ? ପୂର୍ବଭଳି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ବିଜେଡି କର୍ମୀଙ୍କୁ ଦିଆଯିବନି ତ ଘର? ଏସବୁ ପ୍ରଶ୍ନ ଭିତରେ ଆବାସ ବାଣ୍ଟିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଆସନ୍ତା ୧୬ରୁ ୨୪ ତାରିଖ ଭିତରେ ପ୍ରତି ଗ୍ରାମ ପଂଚାୟତ, ସ୍କୁଲ୍, ଅଙ୍ଗନଓ୍ୱାଡି ସେଣ୍ଟର ଓ ପ୍ରମୁଖ ସ୍ଥାନଗୁଡ଼ିକରେ ଚିଠା ତାଲିକା ଲଗାଯିବ। କାହାର କିଛି ଆପତ୍ତି ଥିଲେ ସେମାନେ ଏସଂପର୍କିତ ଅଭିଯୋଗ ବାକ୍ସରେ ଅଭିଯୋଗ ପକାଇ ପାରିବେ। ପ୍ରତି ପଂଚାୟତ ପାଇଁ ୩ ଜଣିଆ କମିଟି ରହି ଏସବୁ କାର୍ଯ୍ୟକୁ ତଦାରଖ କରିବେ। ତେବେ ଆପତ୍ତି ଅଭିଯୋଗ ଉପରେ ସ୍ବତନ୍ତ୍ର ଭାବେ ଗ୍ରାମସଭା ବସି ହିତାଧିକାରୀଙ୍କ ତାଲିକା ଚୂଡାନ୍ତ ହେବା ପରେ ଓ୍ୱାର୍କ ଅଡର୍ ଦିଆଯିବ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ମିଳିଲା ୯ଲକ୍ଷ ୫୯ ହଜାର PMAY ଘର

ଅନ୍ୟପଟେ ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ ବ୍ଲକ୍ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦିଆଯିବ ଯାହାର ଜବାବ ରଖିଛି ବିଜେଡି। ସେପଟେ ଏବେ ବି ମୁଣ୍ଡ ଉପରକୁ ଛାତ ଅପେକ୍ଷାରେ ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ। ଏଇ ଯେମିତିି ବାଲେଶ୍ୱର ବାରବାଟୀର ଗଣେଶ ଚନ୍ଦ୍ର ମିଶ୍ର। ବୟସ ୬୦ ଛୁଇଁଲାଣି। ଆବାସ ଘରଟିଏ ପାଇଁ ବାରମ୍ବାର ଦୋଡ଼ି ନିରାଶ ହୋଇଛନ୍ତି। ଆଉ ଏବେ ନୂଆ ତାଲିକା ପ୍ରସ୍ତୁତ ହେଉଥିବାରୁ ପୁଣି ଆଶା ଜାଗିଛି। ପ୍ରଶାସନ ପକ୍ଷରୁ ବି ପ୍ରତି ପଞ୍ଚାୟତରେ ଏଥିପାଇଁ କସରତ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଚାପ ପରେ ରାଜ୍ୟ ସରକାର ଆଣିଥିବା ଆବାସ ବଣ୍ଟନର ଏ ନୂଆ ପ୍ରକ୍ରିୟାରେ ବି କେତେ ସ୍ବଚ୍ଛତା ରହୁଛି ଏବେ ତା ଉପରେ ନଜର।

(ବାଲୁଗାଁରୁ ଶକ୍ତି ମହାପାତ୍ର, ବାଲେଶ୍ୱର ରଶ୍ମିରଂଜନ ଦାସ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP PM Awas Yojana
Advertisment
Advertisment