ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।
ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।
ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।
କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ ।
ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି ।
ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।
ଗତବର୍ଷ ଅକ୍ଟୋବରରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରି ବାଃ ବାଃ ସାଉଁଟି ଥିଲେ ରାଜ୍ୟ ସରକାର । କିନ୍ତୁ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ବିଜେଡି ସରକାର ଫୋକସରେ ମହିଳା ଭୋଟ୍ । ସ୍କୁଟି ପରେ ଏସ୍ଏଚ୍ଜିଙ୍କ ପାଇଁ ସ୍ମାର୍ଟ ଆଇଣ୍ଡେଣ୍ଟିଟି କାର୍ଡର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଦିଆଯିବ ଦରମା । ପ୍ୟାକେଜ୍ ପରେ ପ୍ୟାକେଜ୍ ପ୍ରସ୍ତୁତିକୁ ନେଇ ତେଜିଲା ରାଜନୀତି, ବର୍ଷିଲେ ବିରୋଧୀ
ଏସ୍ଏଚ୍ଜିଙ୍କ ପାଇଁ ସ୍ମାର୍ଟ ପରିଚୟପତ୍ର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ବି ଦିଆଯିବ ଦରମା ।
ରାଜ୍ୟରେ ଆଗୁଆ ନିର୍ବାଚନ ଉଦ୍ୟମକୁ ନେଇ ତେଜିଲା ରାଜନୀତି
କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ । ୨୪ ନିର୍ବାଚନ ପୂର୍ବରୁ ଭର୍ଚୁଆଲ ଲଢେଇ ଜୋରଦାର୍ । ସୋସିଆଲ ମିଡିଆରେ ପରସ୍ପରଙ୍କୁ ଭିନ୍ନ ଅନ୍ଦାଜରେ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି..
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ଭରପୁର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନୀ ପ୍ରସ୍ତୁତି..
ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଲକରୁ ଗଲେ ବି ବ୍ୟବହାର ହେଉଛି ହେଲିକପ୍ଟର..
ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ ।
ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।
ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଳକ୍ ଗଲେ ବି ଗାଡ଼ି ବଦଳରେ ବ୍ୟବହାର ହେଉଛି ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭଳି ପୁରା କାରକେଡ୍ ସହିତ ଗସ୍ତ କରୁଛନ୍ତି 5T ସଚିବ ।
ଆଗକୁ ବଡ଼ ଖୁଲାସା କରିବେ ମନମୋହନ ! ଖୋଲାକଥାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଇସାରା । କହିଲେ ଏବେ କହିବିନି ଠିକ୍ ସମୟରେ କହିବି..
ଗତ ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଘଟଣାକୁ ଅତି ସାଧାରଣ ଭାବେ ନେବା ସହିତ ସେହି ସମୟରେ ଖୁବ୍ ହସିଛନ୍ତି ।
5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା ବି କହିଛନ୍ତି, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତି ତେଜିଛି । ଏହା ପଛରେ ବିଜେଡି ଷଡ଼ଯନ୍ତ୍ରର ଗନ୍ଧ ବାରୁଥିବା ବେଳେ ବିରୋଧୀ କହିଛନ୍ତି 5T ସଚିବ ଲକ୍ଷ୍ମଣ ରେଖା ଅତିକ୍ରମ ନକରନ୍ତୁ ।
କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।
ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ଜଣେ ସମର୍ଥନ ଦେବ ଯଦି... ଆମେ ତ କାହାକୁ ସମର୍ଥନ ଦେଇନୁ । ଆମ ଉପରେ ପ୍ରେସର ନାହିଁ, ପୂରା ଫ୍ରୀରେ କାମ କରୁଛି । ଜନତା ଅଛନ୍ତି...ବିଜେପି ଏଥର ସରକାର କରିବ: ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି
5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ମହିଳାଙ୍କ ସହ 5T ସଚିବ ହାତ ମିଳାଉଥିବାବେଳେ ପିଚକାରୀରେ ଭାସ୍କର କାଳିମାଡ଼ କରିଥିଲେ।