Advertisment

5-T ସଚିବଙ୍କ ଗଂଜାମ ଗସ୍ତ ପୂର୍ବରୁ ବଢୁଛି ବିରୋଧ, ସଭାସ୍ଥଳରୁ କାନ୍ଥବାଡ଼ ସବୁଠି ବିରୋଧାତ୍ମକ ଲେଖା

ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, BJD

ସଭାସ୍ଥଳଠାରୁ ରାସ୍ତାକଡ଼ । ଫାଇଭ-ଟି ସଚିବଙ୍କୁ ବିରୋଧ କରି କାନ୍ଥ ବାଡ଼ରେ ଲେଖାଯାଇଛି ସ୍ଲୋଗାନ । କନିଶି ବ୍ଲକ, ତହସିଲ ଅଫିସ୍, ଦୋକାନ ଘର, ସବୁଠି ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କ ବିରୋଧରେ ମାଳ ମାଳ ଲେଖା । ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।

Advertisment

ଆସନ୍ତାକାଲିଠୁ ୩ ଦିନିଆ ଗଂଜାମ ଗସ୍ତରେ ଯାଉଛନ୍ତି ଭି.କେ. ପାଣ୍ଡିଆନ୍। ତେବେ ତା ପୂର୍ବରୁ ଜିଲ୍ଲାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛି ଦଳ। ତାସହ ମାତ୍ର ୨ କିଲୋମିଟର ରସ୍ତାକୁ ଗାଡ଼ିରେ ନଯାଇ ହେଲିକେପ୍ଟରରେ ଯିବାକୁ ବି କଡା ଭାଷାରେ ସମାଲୋଚନା କରିବା ସହ ସରକାରୀ ଅର୍ଥରେ ଏହା ବିଜେଡି କାର୍ଯ୍ୟକ୍ରମ ବୋଲି ଆଭିଯୋଗ ଆଣି ବର୍ଷିଛି।

ତେଣେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ରାଜ୍ୟରେ ଚାଲିଥିବା ସଚିବ ଶାସନ ବ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ଗଣତନ୍ତ୍ର ନା ଅମଲାତନ୍ତ୍ର ବଡ଼ ବୋଲି ପ୍ରଶ୍ନ କରିବା ସହ ସରକାରେ ବ୍ୟାପକ ଦୁର୍ନିତୀ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ତାସହ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।

Advertisment

ସ୍ଥାନୀୟ ଜନ ପ୍ରତିନିଧି ଭାବେ କାଲିର ସଭାସ୍ଥଳକୁ ସେ ନିଶ୍ଚେ ଯିବେ ବୋଲି କହିବା ସହ ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି। କଂଗ୍ରେସ ବି ଫାଇଭ ଟି ସଚିବଙ୍କ ଗସ୍ତଙ୍କୁ କଡ଼ା ସମୋଲାଚନା କରିଛି ।

ତେବେ ଏଠି ପ୍ରଶ୍ନ- ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବି ଫାଇଭ୍-ଟି ସଚିବଙ୍କୁ ଏତେ ବିରୋଧ କାହିଁକ ? ଦିନେ ନିଜେ ଜିଲ୍ଲାପାଳ ଥିବା ଗଂଜାମ ଜିଲ୍ଲାରେ ପୁଣି ପାଣ୍ଡିଆନ୍‌ଙ୍କୁ ଏତେ ବିରୋଧର କି କାରଣ ? ଏସବୁ ପ୍ରଶ୍ନ ଭିତରେ ବିଜେଡି କହିଛି ବିରୋଧୀ ଅସହିଷ୍ଣୁ ହୋଇ ଏଭଳି ଅଭିଯୋଗ ଆଣୁଛନ୍ତି ।

ଗୋଟିଏ ପଟେ ବିଜେପିର ତୀବ୍ର ବିରୋଧ ତ ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ସଭାସ୍ଥଳକୁ ଯିବାକୁ ଧରିଥିବା ଜିଦ୍। ଏସବୁ ଭିତରେ ଆସନ୍ତାକାଲିଠୁ ଫାଇଭ-ଟି ସଚିବଙ୍କ ଗଂଜାମ ଗସ୍ତକୁ ନେଇ ସରଗରମ ହୋଇଛି ଜିଲ୍ଲା ରାଜନୀତି ।

BJD Pradeep Panigrahi Odisha BJP Odisha Politics
Advertisment
Advertisment