• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିର୍ଯାତିତା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା ନୂଆ ମୋଡ଼ ନେଇଛି । NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି NHRC ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବରୁ ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ସୂଚନା ମିଳିଥିଲା । ସୁସ୍ଥ ହେବା ପରେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ପଚରାଉଚରା କରାଯିବ ବୋଲି କୁହାଯାଇଥିଲା । ସଂପୂର୍ଣ୍ଣ ଚିକିତ୍ସା ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ହେଲେ ତାଙ୍କ ଝିଅକୁ ହୋମଗାର୍ଡରେ ଥଇଥାନ କରାଯିବ । ଅପରପକ୍ଷେ ନିଜ ଆଡୁ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ତଦନ୍ତ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ପରେ ଏବେ ପୁଣି ତାଜା ହୋଇଛି ରାଜ୍ୟର IPS ଅଫିସର ମାନଙ୍କ ଘରେ ନିଯୁକ୍ତ ହୋମଗାର୍ଡଙ୍କୁ ନିର୍ଯାତନାର ପୁରୁଣା ମାମଲା । ଏ ହେଉଛନ୍ତି, ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ହୋମଗାର୍ଡ ସ୍ୱପ୍ନା ସେନ୍ ।

ତାଙ୍କ ଅଭିଯୋଗ, ମହିଳା ଥାନାର ଜଣେ ତତ୍କାଳୀନ ଆଇଆଇସିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ବ୍ୟକ୍ତିଗତ କାମ କରିବାକୁ କହିଥିଲେ, ନଶୁଣିବାରୁ ଚାକିରିରୁ ବହିଷ୍କାର କରିଦେଇଥିଲେ । ଅବଶ୍ୟ ବିଭିନ୍ନ ଫୋରମର ଦ୍ୱାରସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ଫେରିପାଇଥିଲେ ଚାକିରି ।

  • Reported by:
  • ALOK MOHANTY