• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲିଥିଲା ପ୍ରେସ୍‌ କନ୍‌ଫରେନ୍ସ । ସାମ୍ବାଦିକଙ୍କ ନିକଟରେ ବିବୃତି ରଖୁଥିଲେ ମୁଖ୍ୟମନ୍ତ୍ରୀ । ହେଲେ ହଠାତ୍‌ କେଉଁ ଆଡୁ ଚାଲି ଆସିଲା ସାପ । ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଶିଗଲା । ପୁଣି ସେଠୁ ବାହାରକୁ ଚାଲିଗଲା । ସାପକୁ ଦେଖି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଓ ନେତା ହଡ଼ବଡ଼େଇ ଗଲେ । ସାପକୁ ଆଘାତ କରିବାକୁ ଚେଷ୍ଠା ବି କଲେ । ହେଲେ ମୁଖ୍ୟମନ୍ତ୍ରୀ କହିଲେ ନା ସାପକୁ ଆଘାତ କରନ୍ତୁନାହିଁ । ସାପକୁ ଦେଖି ଭୟ କରିବା ପରିବର୍ତ୍ତେ ଓଲଟା ହସିବାକୁ ଲାଗିଲେ ମୁଖ୍ୟମନ୍ତ୍ରୀ ।

ଏପରି ଏକ ଘଟଣା ଘଟିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ । ଗତ ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘଟଣାକୁ ଅତି ସାଧାରଣ ଭାବେ ନେବା ସହିତ ସେହି ସମୟରେ ଖୁବ୍‌ ହସିଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁପେଶ କହିଛନ୍ତି, ଏହା ଅତି ସାଧାରଣ ସାପ । ପିଲାଦିନରେ ଏହି ସାପକୁ ଆମେ ପକେଟ୍‌ରେ ରଖୁଥିଲୁ । ଏପରି କହି ଭୁପେଲ ଖୁବ୍‌ ହସିବା ସହିତ ଏହି ସାପ କୌଣସି କ୍ଷତିକାରକ ନୁହେଁ ବୋଲି ନେତା ଓ ସାମ୍ବାଦିକଙ୍କୁ କହିଥିଲେ ।

ସେପଟେ ଏହାକୁ ନେଇ ସୁରକ୍ଷା ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସାପଟି ବିଷାକ୍ତ ନଥିଲା, ତେଣୁ ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷତି ହୋନାହିଁ । କିନ୍ତୁ ଯଦି ସେହି ସମୟରେ ଏକ ବିଷାକ୍ତ ସାପ ଥାଆନ୍ତା ତେବେ ଅଘଟଣ ଘଟିଥା’ନ୍ତା ।

ସୂଚନା ମୁତବାକ ରବିବାର ଦିନ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଲାସପୁର ଗସ୍ତ କରିଥିଲେ । ସେଠାରେ ପହଞ୍ଚିବା ପରେ ଇଣ୍ଟରନ୍ୟାସନାଲ ସ୍କୁଲର ହେଲିପ୍ୟାଡରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ସେହି ସମୟରେ ତାଙ୍କ ପାଦ ତଳକୁ ଏକ ସାପ ପଶିଆସିଥିଲା ।