• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD
ବିଜେଡିର ପଦଯାତ୍ରା ପଲିଟିକ୍ସ; ପ୍ରତି ସଭାରେ ପ୍ରାର୍ଥୀ ଘୋଷଣା ?

ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ।

CM Naveen Patnaik
ବିଜେପିକୁ ଚେକ୍ ଦେବାର ଷ୍ଟ୍ରାଟେଜି ! ୨୪ ନିର୍ବାଚନରେ ପୁରୀରୁ ଲଢ଼ିବେ କି ନବୀନ ?

ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା ।

Voting Date Change
ଆଗ ବାହା ହେବେ ପରେ ଆସି ଭୋଟ୍ ଦେବେ, ବାହାଘର ପାଇଁ ଘୁଞ୍ଚିଲା ନିର୍ବାଚନ ତାରିଖ

ବାହାଘର ପାଇଁ ରାଜସ୍ଥାନରେ ବଦଳିଛି ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ୍ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। କେବଳ ଭୋଟ୍ ଗ୍ରହଣକୁ ଛାଡ଼ି ଦେଲେ ଆଉ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।

Laxmi Bus
ଆମ ଓଡ଼ିଶା, ନବୀନ ଓଡ଼ିଶା’ ପରେ ‘ଲକ୍ଷ୍ମୀ’ ବସ୍, ଉଭୟରେ ଶଙ୍ଖଚିହ୍ନର ବ୍ୟବହାରକୁ ନେଇ ବିବାଦ

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।

Jayant Sarangi On Modi
ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ: ଜୟନ୍ତ ଷଡ଼ଙ୍ଗୀ

‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।

Naveen Patnaik
ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ି‍ବେ ନବୀନ ?

୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ।

Basta BJD
ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତାରୁ ଲଢ଼ିବେ ସୁବାସିନୀ ଜେନା: ଅଶ୍ୱିନୀ ପାତ୍ର

ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

BJP MLA
ଦିଲ୍ଲୀ ଯିବେ ୨୨ ଜଣିଆ ବିଜେପି ବିଧାୟକ ଦଳ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କୁ ଭେଟିବା କାର୍ଯ୍ୟକ୍ରମ

ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ।

Mission Shakti Scooter Scheme
ମହିଳା ଭୋଟ୍ ପାଇଁ ନବୀନ ସରକାରଙ୍କ ଆଉ ଏକ ଥୋପ !

ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍‌ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ ।

Mission Shakti Scooter Scheme
ମହିଳା ଭୋଟ୍ ପାଇଁ ନବୀନ ସରକାରଙ୍କ ଆଉ ଏକ ଥୋପ ! ଲଞ୍ଚ ହେଲା ମିଶନ୍ ଶକ୍ତି ସ୍କୁଟର ଯୋଜନା

କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ ।

BJD implements new strategy
ବିଜେଡ଼ି ଫୋକସରେ ନୂଆ ଭୋଟର୍, ବିଭିନ୍ନ ସ୍ଥାନରେ ଲାଗିବ ସରକାରୀ ମେଧା ବୃତ୍ତି ବ୍ୟାନର୍

ବିଜେଡ଼ି ଫୋକସରେ ନୂଆ ଭୋଟର୍। କ୍ୟାମ୍ପସକୁ ଦଳ ଦେଇଛି ଗୁରୁତ୍ୱ । ଉଚ୍ଚ ଶିକ୍ଷା ବିଭାଗ ଏବେ କ୍ୟାମ୍ପସରେ ମାରିବ ସରକାରୀ ମେଧା ବୃତ୍ତି ବ୍ୟାନର। ତେବେ ସରକାର ହଠାତ୍ କାହିଁକି ଏଭଳି ନିଷ୍ପତି ନେଲେ, ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହିଛନ୍ତି, କେବଳ ନୂଆ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ସରକାରୀ ଦଳର ଏହି ପ୍ରୟାସ।

Ama Odisha Naveen Odisha
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି

ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।

Ama Odisha Naveen Odisha
ଗ୍ରାମାଞ୍ଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି, ଆରମ୍ଭ ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍

ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।

5 State Election
ବାଜିଲା ୨୪ ସାଧାରଣ ନିର୍ବାଚନ ସେମିଫାଇନାଲ୍ ବିଗୁଲ୍

୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।

Laxmi Bus
ବସ୍ ଧର୍ମଘଟ ସ୍ଥଗିତ, ତୁଟିଲାନି ଲକ୍ଷ୍ମୀ ବସ୍ କେଁ

ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ। ଅକଳରେ ରାଜ୍ୟ ସରକାର। ସିଏମଓ ସହ ଆଲୋଚନା ପରେ ବାହରିଲା ବାଟ। କ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ।

Hockey
ସ୍କୁଲ ଛାତ୍ରଛାତ୍ରୀ ଶୁଣିଲେ ଜାତୀୟ ହକି ଟିମର ସଫଳତା କାହାଣୀ

ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।

Hockey
ହକିକୁ ନେଇ ପୁଣି ତୁତୁ-ମେଁମେଁ; ବିରୋଧି କହିଲେ ହକି ନାଁରେ ଆତ୍ମପ୍ରଚାର !

ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ ।

5 State Election
୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ରାଜ୍ୟରେ ବାଜିଲା ସେମିଫାଇନାଲ୍ ବିଗୁଲ

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ଭୋଟ୍ ବିଗୁଲ୍ । ନଭେମ୍ବର ୭ରୁ ୩୦ ଭିତରେ ହେବ ବିଧାନସଭା ମତଦାନ ।

Laxmi Bus
CMO ସହ ଆଲୋଚନା ପରେ ବି ତୁଟିଲାନି ଲକ୍ଷ୍ମୀ ବସ୍ କେଁ..!

୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।

BJP Leader
ବିଚ୍‌ ରାସ୍ତାରେ BJP-BJP ବାଡ଼ିଆବାଡ଼ି

ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା । 

Assembly Elections
ବାଜିଲା ନିର୍ବାଚନୀ ବିଗୁଲ୍‌; ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।

Odisha Govt
କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି; ବିନା ଭିତ୍ତିଭୂମିରେ କେମିତି ଖର୍ଚ୍ଚ ହେବ ଅନୁଦାନ ?

ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?

Mamita Meher
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: CBI ତଦନ୍ତ ଦାବି କଲେ ମମିତାଙ୍କ ମା’

ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।

sundargarh news
ମାନବିକତା ଓ ମଣିଷ ପଣିଆକୁ ନେଇ ପ୍ରଶ୍ନ

ବିଚ୍ ରାସ୍ତାରେ, ସମସ୍ତଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ଦୁଇ ମହିଳା । ଏ ଅମାନବୀୟ ଦୃଶ୍ୟକୁ ଦେଖୁଥିଲେ ବି ସେମାନଙ୍କ ଲଜ୍ଜା ଢାଙ୍କିବାକୁ କେହି ନଥିଲେ ବରଂ ମୋବାଇଲରେ ଫଟୋ ଉଠାଇବାର ଅବସର ଛାଡୁନଥିଲେ । ହେଲେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଦୃଷ୍ଟିଭଙ୍ଗୀ ଥିଲା କିଛି ଭିନ୍ନ । ଏ ଘଟଣାକୁ ନେଇ ମାନବିକତା ଓ ମଣିଷ ପଣିଆକୁ ନେଇ ଉଠିଛି ପ୍ରଶ୍ନ ।

Tirtol MLA Bijaya Shankar Das
ବାହା ହେବା ପାଇଁ ବିଜୟଙ୍କ ମନ ଉଚ୍ଛନ; ପଛ ଛାଡ଼ୁନାହାନ୍ତି ପୂର୍ବତନ ପ୍ରେମିକା

ବଢି ବଢି ଚାଲିଛି ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ଆଉ ପ୍ରତାରଣା ବିବାଦ । ଆଜି କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚି ଅନ୍ୟ ଜଣେ ଯୁବତୀଙ୍କୁ ବିଜୟଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ପୂର୍ବତନ ପ୍ରେମିକା ସୋମାଲିକା ଦାସ । ପୂର୍ବରୁ ତାଙ୍କ ସହ ବିବାହ ପାଇଁ ଆବେଦନ କରିଥିବା ବିଧାୟକ ଆଉ କେତେ ଥର, କାହା ସହ ବିବାହ ପାଇଁ ଆବେଦନ କରିବେ ବୋଲି କହି ଏହାକୁ ବାତିଲ ପାଇଁ ଆବେଦନ କରିଛନ୍ତି ।