ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
ନିର୍ବାଚନ ଆସିଲେ ସବୁ କରିଦେବାର ପ୍ରତିଶୃତି ମଧ୍ୟ ମିଳେ ହେଲେ ନିର୍ବାଚନ ସରିଗଲେ ଏହି ଗାଁକୁ କାହାରି ପାଦ ପଡେ ନାହିଁ । ଜଙ୍ଗଲ ଭିତରେ ବା ବ୍ଲକ ଠାରୁ କିଛି ଦୂରରେ ଥିବା ଗାଁ କଥା ଛାଡ଼ନ୍ତୁ । ବ୍ଲକ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା କୋଟସାହି ପଞ୍ଚାୟତର ଦଳିତ ସାହିରେ ପାଣି ସମସ୍ୟା ଲାଗି ରହିଛି ।
୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।
୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର।
ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।
ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
ବିଜେପିର ଅଭିଯୋଗ ଆଧାରରେ ନୋଟିସ୍ । ବିବାଦୀୟ ମନ୍ତବ୍ୟ ଦେଇଥିଲେ କେଜରିୱାଲ ।
ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।
୨୦୧୮ରୁ ମେଡିକାଲ କଲେଜ ଅସ୍ଥାୟୀ ଭାବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ ଏଯାଏଁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତରଣ ହୋଇପାରିନି। ଡାକ୍ତର ଅଭାବରୁ ଏହା କେବଳ ରେଫରାଲ ହସ୍ପିଟାଲର ଆଖ୍ୟା ଅର୍ଜନ କରିଛି।
ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି।
୨୦୧୪ରେ ମଧ୍ୟ ଦଳୀୟ ପ୍ରାର୍ଥୀ ବାସୁଦେବ ପତିଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ସବୁଥର ଭଳି ଏଥର ବି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି।
ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେକୌଣସି ସ୍ଥାନରେ ଓଡିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ।
ସମ୍ବଲପୁର ରେଳ ଷ୍ଟେସନର ନବୀକରଣର ଶୁଭ ଦିଆଯିବ । NTPCର ଦୁଇଟି ପ୍ରକଳ୍ପର ଲୋକାର୍ପଣ କରାଯିବ ।
ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ବି ଝଟକା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।
ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି ।
ବର୍ଣ୍ଣବୋଧ ପଢ଼ି ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖନ୍ତୁ । ନବୀନ ନିବାସକୁ ଯିବାକୁ ପୋଲିସ ବାରଣ କରିବାରୁ ନବୀନ ନିବାସ ଭିତରକୁ ବର୍ଣ୍ଣବୋଧ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।
ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।
କେଜ୍ରିୱାଲ ହଜାର ହେବେ କି ନାହିଁ ସେନେଇ AAP ନିରବତା ବଜାୟ ରଖିଛି । କିନ୍ତୁ ଦଳ ପକ୍ଷରୁ ବାରମ୍ୱାର ଇଡିର ଏହି ସମନକୁ ବେଆଇନ ବୋଲି କୁହାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁସଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି।
ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।
ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି । ପ୍ରଥମେ ମଠ ମନ୍ଦିର ରୂପାନ୍ତରୀକରଣ, ତାର ପ୍ରଚାର ପ୍ରସାର, ଆଉ ଏବେ ଓଡ଼ିଆ ଭାଷାକୁ ଫୋକସ୍ ।
ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ ।