Advertisment

ବ୍ୟାରିକେଡ୍ ଡେଇଁଲେ, ନବୀନଙ୍କ ଉପରେ ବର୍ଷିଲେ; ରାଜଧାନୀ ଛାତିରେ ରଣହୁଙ୍କାର କଲା କଂଗ୍ରେସ

ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା।

author-image
Manoranjan Behera
undefined

Congress Protest

ଆକ୍ସନ୍ ମୋଡରେ କଂଗ୍ରେସ। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ୍। ଆଜି ଲୋକସେବା ଭବନ ଘେରାଉ ବେଳେ ପ୍ରାୟ ଏକ ଘଣ୍ଟା ଧରି ଲୋୟର ପିଏମ୍ଜିରେ ଗର୍ଜିଥିଲେ କଂଗ୍ରେସ ନେତା ଓ କର୍ମୀ। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସର ଏଭଳି କସରତ ଆଦୌ କାମ ଦେବନି ବୋଲି କହିଛନ୍ତି ଉଭୟ ବିଜେପି ଓ ବିଜେଡି।

Advertisment

କଂଗ୍ରେସର ହଲ୍ଲାବୋଲ୍। ଭୁବନେଶ୍ୱର ଲୋୟର ପିଏମ୍ଜିରେ ଦଳର ଶକ୍ତି ପ୍ରଦର୍ଶନ। ନେତାଙ୍କ ଆହ୍ୱାନରେ କର୍ମୀ ଦେଲେ ଲମ୍ଫ। ଆଉ ନେତାଙ୍କ ଆହ୍ୱାନରେ ପୋଲିସକୁ ଧକ୍କା ଦେଇ ବ୍ୟାରିକେଡ୍ ଡେଇଁଲେ କଂଗ୍ରେସ କର୍ମୀ। ସୁରକ୍ଷା ବଳୟ ଭେଦ କରି ମାଡିଗଲେ। ପ୍ରାୟ ଏକ ଘଣ୍ଟା ଧରି ଲୋୟର ପିଏମ୍ଜିରେ ଉତ୍ତେଜନା ଲାଗି ରହିଥିଲା। ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ।

ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା। ଯେଉଁଥିରେ ସବୁଜିଲ୍ଲାରୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ତେବେ ବ୍ୟାରିକେଡ୍ ଠାରୁ କିଛି ଦୂରରେ ସଭା କରିଥିଲେ ନେତା। ରାଜ୍ୟରେ ପିପିସି ଅର୍ଥାତ ପାଣ୍ଡିଆନ୍-ପ୍ରଧାନ- କମିଶନ୍ ସରକାର ଚାଲିଥିବା ଅଭିଯୋଗ ଆଣି ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲେ ପ୍ରଭାରୀ ଅଜୟ କୁମାର। ଆଗକୁ ଉଭୟ ଦଳ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ପିସିସି ସଭାପତି।

Advertisment

ନିର୍ବାଚନ ଯେତିକି ପାଖଉଛି କଂଗ୍ରେସ ଶିବିର ସେତିକି ସକ୍ରିୟ ହେଉଛି। ଲଗାତର ଭାବେ ସାଂଗଠନିକ କାର୍ଯ୍ୟକ୍ରମ ସହ ପ୍ରତିବାଦ ସଭା କରୁଛି ଦଳ। ଗତ ସପ୍ତାହରେ ଦଳ ଭୁବନେଶ୍ୱରରେ ମହିଳା ସମାବେଶ କରି ନବୀନ ନିବାସ ଘେରାଉ କରିଥିଲା। ସେପଟେ ୨୦୧୯ ଅପେକ୍ଷା ୨୦୨୪ରେ ଦଳ ଟିକେଟ କସରତ ଆଗୁଆ ଆରମ୍ଭ କରିଛି। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୭୦ଟି ଟିକେଟ୍ ଘୋଷଣା କରିବ ବୋଲି କହିସାରିଛି। ଅନ୍ୟପକ୍ଷରେ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ବାରମ୍ବାର ଟାର୍ଗେଟ କରୁଛି କଂଗ୍ରେସ। ତେବେ ବିଳମ୍ବରେ ଅଙ୍କ କଷୁଥିବା କଂଗ୍ରେସକୁ ନେଇ କିନ୍ତୁ ବିଜେଡି ଓ ବିଜେପି ଆଦୌ ସିରିୟସ୍ ନାହାନ୍ତି।

କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି। ତେବେ ନିର୍ବାଚନକୁ କମ୍ ସମୟ ଥିବାରୁ ଦଳର ଏହି ଆଗ୍ରେସିଭ୍ ଫଣ୍ଡା କେତେ ସଫଳତା ଦେଉଛି ତା’ଉପରେ ନଜର।

Congress Protests 2024 General Election
Advertisment
Advertisment