• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢ଼ୁଛି BJP ବଳ । ଦଳରେ ସାମିଲ ହେଉଛନ୍ତି ଜଣକ ପରେ ଜଣେ BJDର ହେଭିୱେଟ୍‌ ନେତା । ପ୍ରଥମେ BJPରେ BJDର ଗୋପାଳପୁର ବିଧାୟକ ସାମିଲ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ପୁଣି ପଦ୍ମ ଧରିଛନ୍ତି BJDର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ରଞ୍ଜନ ମହାନ୍ତି ଓ ବିଜେପିର ବରିଷ୍ଠ ନେତାଙ୍କ ଗହଣରେ ସେ ପଦ୍ମ ଧରିଛନ୍ତି ।

ସେହିପରି ବିଜେପିରେ ମିଶିଛନ୍ତି ପୂର୍ବତନ ବିଧାୟକ ନିହାର ମହାନନ୍ଦ । ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ହେଉଛନ୍ତି ନିହାର । ନିଜର ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଭାରତୀୟ ଜନତାର ପାର୍ଟିରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି । ଯାଜପୁର ବରୀର ଟାଣୁଆ ନେତା ହେଉଛନ୍ତି ଦେବାଶିଷ । ବିଜୁ ପଟ୍ଟନାୟକଙ୍କ ସମୟରେ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରି ନିଜର ସଂଗଠନକୁ ମଜଭୁତ କରିଛନ୍ତି ।

ପୂର୍ବରୁ ୨୦୧୯ରେ ଦେବାଶିଷଙ୍କୁ ନିର୍ବାଚନ ଲଢ଼ିବା ନେଇ ଟିକେଟ୍‌ ଦେଇନଥିଲା BJD । ଦେବାଶିଷଙ୍କ ପରିବର୍ତ୍ତେ ସୁନନ୍ଦାଙ୍କୁ ଦଳ ଭରସା କରିଥିଲା । ହେଲେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶିଷ BJDର ହାତ ଛାଡ଼ିଛନ୍ତି ।

ଗତ ୨୧ ତାରିଖରେ ପଦ୍ମ ଧରିଥିଲେ ପ୍ରଦୀପ ପାଣିଗ୍ରାହୀ । ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ।

ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ବିଜେପି ସରକାର ପାଇଁ ଆହ୍ୱାନ ଦେଇଥିଲେ ପ୍ରଦୀପ । ଆଉ ବର୍ତ୍ତମାନ ପ୍ରଦୀପକୁ ନେଇ ବିଜେପି ଗଞ୍ଜାମରେ ପୂରା ଆକ୍ଟିଭ୍‌ ରହିଥିବାବେଳେ ଏବେ ସମାନ ସ୍ଥିତି ଯାଜପୁରରେ ଦେଖାଦେବ ବୋଲି କୁହାଯାଉଛି ।

  • Reported by:
  • JAGDISH DAS