Advertisment

କେବେ ହେବ ସାଧାରଣ ନିର୍ବାଚନ ? ଏହି ଦିନ ତାରିଖ ଘୋଷଣା କରିପାରନ୍ତି ECI…

ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
General Election

General Election

କେବେ ହେବ ସାଧାରଣ ନିର୍ବାଚନ ? ଭୋଟ୍ ତାରିଖ କେବେ ଘୋଷଣା କରିବେ ECI ? ଚର୍ଚ୍ଚା ହେଉଛି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇଲେକସନ କମିଶନ୍ । ନିର୍ବାଚନ କମିଶନଙ୍କ ଟିମ୍ ଏବେ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ କିଛି ଦିନ ତଳେ କମିଶନଙ୍କ ଟିମ୍ ଓଡ଼ିଶା ଆସିଥିଲେ।

Advertisment

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରସ୍ତୁତିର ତଦାରଖ କରିଥିଲେ। ଅଧିକାଂଶ ରାଜ୍ୟର ପ୍ରସ୍ତୁତି ସମୀକ୍ଷା ସରିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଯେମିତିକି ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ ଓ ଜାମ୍ମୁ-କାଶ୍ମୀର। ଆଗାମୀ ଦିନରେ ଏ ସବୁ ରାଜ୍ୟକୁ ଯାଇପାରନ୍ତି ନିର୍ବାଚନ କମିଶନଙ୍କ ଟିମ୍। ମାର୍ଚ୍ଚ ୧୩ରେ ଜାମ୍ମୁ-କାଶ୍ମୀର ମଧ୍ୟ ଯିବେ ବୋଲି କୁହାଯାଉଛି।

ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ। ସେହି ସମୟରେ ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ କରାଇବାକୁ ବିଚାର ଚାଲିଥିବା ଚର୍ଚ୍ଚା ହେଉଛି। ତେଣୁ ଆକଳନ କରାଯାଉଛି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଭୋଟ୍ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।

Advertisment

୨୦୧୯ରେ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଗତଥର ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ସେପଟେ ଏବେ ସୋସିଆଲ ମିଡିଆରେ ନିର୍ବାଚନର ଯେଉଁ ତାରିଖ ବା କାର୍ଯ୍ୟସୂଚୀ ଭାଇରାଲ ହେଉଛି, ତାହା ମିଛ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Election Commission Of India 2024 General Election
Advertisment
Advertisment