ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।
ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ ଆଲୋଚନା କରିଥିଲେ ଦ୍ୱନ୍ଦ୍ୱ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଜର ଆଗାମୀ ରଣନୀତି କ’ଣ ହେବ ତାହା ଜଣାଇବେ ବୋଲି କହିଛନ୍ତି।
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ।
ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି।
ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି।
ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି ।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିଲେ ବଲାଙ୍ଗିର ଜିଲ୍ଲାରେ ବସାଇବୁ ଟେକ୍ସଟାଇଲ୍ ମିଲ୍ । ଗତକାଲି ସୋନପୁର ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ବଡ଼ ପ୍ରତିଶ୍ରୁତି ପରେ ସୃଷ୍ଟି ହୋଇଛି ପଶ୍ଚିମ ଓଡ଼ିଶାରେ କଂପନ।
ସେ କହିଛନ୍ତି, ଟିଟିଲାଗଡ଼କୁ ବାଦ ଦେଇ ପଦ୍ମପୁର ଜିଲ୍ଲା ହୋଇଥିଲେ ସେ ଆଗ ଇସ୍ତଫା ଦେଇଥାନ୍ତେ । ସେଦିନ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଦେଇଥାନ୍ତି ।
ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ।
ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି।
ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପଛରେ ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ବାବୁଙ୍କ ପାଇଁ ଛାଡ଼ିବେ। ତାଙ୍କୁ ସେଠାରେ ଦାୟିତ୍ୱ ଦେବେ ।
ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।
ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ହେବ । କଣ୍ଟାବାଂଜିରେ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟ ହେବ ।
ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।
ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।
ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ।
କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି ।
ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି ।
ପ୍ରଚାର ଶ୍ରୀଗଣେଶ ପାଇଁ କାହିଁକି ସୋନପୁରକୁ ବାଛିଲା ବିଜେପି? ସାରା ପଶ୍ଚିମ ଓଡ଼ିଶାକୁ ଶୁଭିବ କି ଶାହଙ୍କ ହୁଙ୍କାର? କୁହାଯାଉଛି ସାରା ପଶ୍ଚିମ ଓଡ଼ିଶାରେ ଏବେ ବି ବିଜେପିର ଭଲ ଲହର ରହିଛି, ତାସହ ସୋନପୁର ହେଉଛି ସେଠିକାର ଏକ ବଡ଼ ପଲିଟିକାଲ ଷ୍ଟ୍ରାଟେଜିକ୍ ପଏଣ୍ଟ।
କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ ।
ମଞ୍ଚକୁ ଆସୁଆସୁ ଗର୍ଜିଲେ ଶାହ। ନବୀନଙ୍କ ନାଁ ନେଇ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ୍ କଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ।
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍। ପରେ ଡ୍ରୋନ୍ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।
ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ବୈଠକକୁ ଯାଇଛନ୍ତି ଶାହ।
ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ ।