• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନ ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଉପରେ ଶୁଣାଣି କରିବେନି କୋର୍ଟ । ନିର୍ବାଚନରେ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ କୋର୍ଟ । ଏହାସହ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ ୧ରେ ସରିବା ପରେ ଆସନ୍ତା ଜୁନ ୨ରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯିବା ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନୁମତି ଦେଇଥିଲେ । ତେଣୁ ସୁପ୍ରିମକୋର୍ଟରେ ପୁଣି ଥରେ ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନ ଗ୍ରହଣ କରାଯିବନାହିଁ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟର ରେଜିଷ୍ଟ୍ରାର । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଅବଧି ବଢ଼ାଇବା ଉପରେ ଆଜି ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ କେଜ୍ରିୱାଲ । 

ଅଧିକ ପଢ଼ନ୍ତୁ: ମାନିଲେ ନୱାଜ ! ଭାରତ ସହ ୧୯୯୯ ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି

କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ୍ । ଏଥିସହିତ କହିଛନ୍ତି, ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି । ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କେଜ୍ରିୱାଲ ଆସନ୍ତା ଜୁନ୍ ୨ରେ ସରେଣ୍ଡର କରିବା ସ୍ପଷ୍ଟ ହୋଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now