Advertisment

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ; CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI

IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ CEOଙ୍କୁ ନିର୍ଦ୍ଦେଶ ଜାରି କଲେ ECI ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

DSKutey

ନିର୍ବାଚନ କମିଶନଙ୍କ ବଡ ଆକ୍ସନ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ। କୁଟ୍ଟେ, ବର୍ତ୍ତମାନ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ। ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ କୁଟ୍ଟେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ CEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ମୁଖ୍ୟ ସଚିବ ଅଭିଯୋଗ ଫର୍ଦ୍ଦକୁ ମେ ୩୦ ଅପରାହ୍ନ ୫ଟା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ।

Advertisment

ଅଧିକ ପଢ଼ନ୍ତୁ: ‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

ଆଉ ଏକ କାର୍ଯ୍ୟାନୁଷ୍ଠାନ ସ୍ବରୁପ ବରିଷ୍ଠ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମେ ୪ରୁ ମେଡିକାଲ ଲିଭରେ ଅଛନ୍ତି ଆଶିଷ ସିଂ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଏଥିପାଇଁ ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବାକୁ ଆଶିଷ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ରିପୋର୍ଟ ମେ ୩୧ ସୁଦ୍ଧା ECIଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

ପୂର୍ବରୁ ଏହି IPS ଅଧିକାରୀ ଡି.ଏସ୍. କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । କୁଟ୍ଟେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି CEOଙ୍କୁ ଅଭିଯୋଗ କରିଥିଲା ବିଜେପିର ଏକ ଟିମ୍ । କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଏସପି, IICଙ୍କୁ ଫୋନ୍ କରି ବିଜେଡି କାର୍ଯ୍ୟ କୁଟ୍ଟେ କରାଉଥିବା ବିଜେପି ଅଭିଯୋଗ କରିଥିଲା ।

Advertisment

କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଦୋହରାଇଥିଲା ବିଜେପି । ତୁରନ୍ତ କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ରେକର୍ଡ-CDR ଯାଞ୍ଚ କରି କାହା ସହ କଥା ହୋଇଛନ୍ତି ସାର୍ବଜନୀନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଥିଲା ଦଳ।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

Election Commission Of India
Advertisment
Advertisment