ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍ । ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ଆମ୍ ଆଦମୀ ପାର୍ଟି ।
ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି ।
ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ ।
ବୟସ ହୋଇଯାଇଥିବା ନବୀନଙ୍କୁ ରିଟାୟର୍ଡ କରାଇବାକୁ ଆହ୍ୱାନ । ଚିଟ୍ଫଣ୍ଡ, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ ।
ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା
ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ ।
ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି ।
ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ ।
୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ ।
ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ ।
ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର।
୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ।
ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି।
ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।
ଅପରାହ୍ଣରେ ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ପୁରା ବଚ୍ଚନ ଫ୍ୟାମିଲିକୁ ।
ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ?
ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।
'ସବୁକୁ କବଜା କରିଥିବା ମାଫିଆର ଭାଙ୍ଗିଦେବୁ ଅଣ୍ଟା । ଆମ ସରକାର କ୍ଷମତାକୁ ଆସିଲେ ଭାଙ୍ଗିଦେବୁ ଅଣ୍ଟା ।’
ସୋସିଆଲ ମିଡିଆରେ ପୁରୀ ସୋ'କୁ ନେଇ ମୋଦିଙ୍କ ମନ୍ତବ୍ୟ । ଅତି ଚମତ୍କାର ଥିଲା ପୁରୀ, କହିଲେ ମୋଦି ।
ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି ।