Advertisment

ଷ୍ଟ୍ରଙ୍ଗ ରୁମ୍ ପାଖରେ ବୁଲୁଛନ୍ତି ସନ୍ଦିଗ୍ଧ, ପ୍ରଶ୍ନ ଉଠାଇଲେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । କହିଛନ୍ତି, ସନ୍ଧ୍ୟାରେ କିଛି ଲୋକ ଷ୍ଟ୍ରଙ୍ଗ ରୁମ ନିକଟରେ ବୁଲିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିବା ସେ କହିଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Jagannath Pradhan Raises Concerns Over Security Of Strong Rooms

Odisha Election

ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। କହିଛନ୍ତି, ସନ୍ଧ୍ୟାରେ କିଛି ଲୋକ ଷ୍ଟ୍ରଙ୍ଗ ରୁମ ନିକଟରେ ବୁଲିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିବା ସେ କହିଛନ୍ତି। ଏହି ଖବର ପାଇ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ବିଜେବି କଲେଜ ନିକଟକୁ ଆସିଥିଲେ ।

Advertisment

ପରବର୍ତ୍ତୀ ସମୟରେ ଷ୍ଟ୍ରଙ୍ଗ ରୁମ୍ ଚେକ୍ କରାଯାଇଥିଲା । ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବାବେଳେ ତା’ପାଖ ରୁମ୍ ଗୁଡିକରେ କିଛି ଲୋକ ପଶିଥିବାର ଜାଣିବାକୁ ମିଳିଥିଲା । ଭିତରେ ନିର୍ମାଣ କାମ ଚାଲୁଥିବାରୁ ସେହି ପାଖ ରୁମ୍ ଗୁଡିକରେ କିଛି ଲୋକ ଯିବା ଆସିବା କରୁଥିବା ଜଣାପଡିଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ବୈଜୟନ୍ତଙ୍କ ଟାର୍ଗେଟ; ନଚାଳିଙ୍କ କଥାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ!

Advertisment

ସେପଟେ ସାମ୍ନାକୁ ଆସିଛି ପ୍ରଶାନ୍ତଙ୍କ EVM ଭଙ୍ଗା ସତ । ପଦାରେ ପଡ଼ିଲା ଷଡ଼ଯନ୍ତ୍ର । ସିସିଟିଭି ଫୁଟେଜ୍ ହଟାଇଲା ଘଟଣା ଉପରୁ ପରଦା । ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି । କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜ୍ ଜାରି କରି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼ । ହୋ ହଲ୍ଲା ବି ଜାରି ରହିଛି । ଏହାରି ଭିତରେ ଜଗଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା । ବିଧାନସଭା ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ ।

ସେପଟେ ଭଦ୍ରକ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତୋଟାପଡ଼ାରେ ମଧ୍ୟ ଦେଖାଯାଇଛି ହିଂସାକାଣ୍ଡ । ଛିନ୍‌ଛତ୍ର ହୋଇଯାଇଛି କାର୍ । ବନେଟରୁ କାଚ ଯାଏଁ କିଛି ବି ବାକି ନାହିଁ । ଯେଉଁ ଗାଡ଼ିରେ ବସିଥିଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁ । ମରଣାନ୍ତକ ଆକ୍ରମଣରେ ଜୀବନ ବଞ୍ଚିଯାଇଛି ସତ, କିନ୍ତୁ ଜଖମ୍ ହୋଇଛି ବାମ ହାତ ।

ସୁବାସଙ୍କ କହିବା କଥା, ଅମିତ ଶାହଙ୍କ ଗସ୍ତ ଥିବାରୁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ସେ ଚାନ୍ଦବାଲି ଯାଇଥିଲେ । କିନ୍ତୁ ଘଣ୍ଟେଶ୍ୱର ତୋଟାପଡ଼ାରେ ଏଭଳି ଆକ୍ରମଣ କରାଯାଇଥିଲା । ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା, ପଥର ମାଡ଼ ସହ ତାଙ୍କୁ ବିଧା ଗୋଇଠା ମାରିଥିଲେ । ତା’ ପୁଣି ପୋଲିସ ଉପସ୍ଥିତିରେ । ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ଅଭିଯୋଗ କରିଥିଲେ ସୁବାସ ।

ଅଧିକ ପଢ଼ନ୍ତୁ: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

ସୁବାସଙ୍କ ଅଭିଯୋଗ, ପରାଜୟ ଆଶଙ୍କାରେ ବିଜେଡିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକୋଶ ରାୟ ନିଜ ସମର୍ଥକ ଓ କର୍ମୀଙ୍କୁ ଉସୁକାଇ ଏଭଳି ଆକ୍ରମଣ କରାଇଛନ୍ତି । ଏହି ଘଟଣାରେ ଚାନ୍ଦବାଲି ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେପଟେ ଗଂଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ଲୋକେ ଏହାର ବିଚାର କରିବେ। ଅପରପକ୍ଷେ ଅଭିଯୋଗ ସଂପର୍କରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ ବ୍ୟୋମକେଶ ରାୟ ।

ଅନ୍ୟପଟେ ଯାଜପୁର ଧର୍ମଶାଳାରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ସ୍ଥାନୀୟ ଓସାରାର ମାର୍କେଟ୍ କଂପ୍ଲେକ୍ସରେ ଘଟିଛି ଲଙ୍କାକାଣ୍ଡ । ଅଭିଯୋଗ ହୋଇଛି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଘଟିଛି ଏହି ଅଭାବନୀୟ କାଣ୍ଡ । ପ୍ରଣବଙ୍କ ରାଲି ବେଳେ ପୂର୍ବତନ ସରପଞ୍ଚ ଦିଲୀପ ବେହେରାଙ୍କ ସ୍କର୍ପିଓ ମାଡ଼ିଯାଇଥିଲା । ଫଳରେ ରାଲିରେ ଥିବା ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗିବା ସହ ୪ଟି ବାଇକ୍ ଭାଙ୍ଗିଥିଲା ।

Odisha Election Odisha Politics General Elections 2024
Advertisment
Advertisment