Advertisment

ସୁଜାତା କାର୍ତ୍ତିକେୟନଙ୍କ ନାଁରେ CECରେ ବିଜେପି ଫେରାଦ, ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ

ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Sujata Karthikeyan

IAS ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଲା ବିଜେପି । ସେ ଅବାଧ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଏବଂ ରାଜ୍ୟରେ ନିର୍ବାଚନ ହିଂସାକୁ ଉସୁକାଇବା ନେଇ CECଙ୍କୁ ଗୁରୁତର ଅଭିଯୋଗ କରିଛି କେନ୍ଦ୍ରୀୟ ବିଜେପି ଟିମ୍ । ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରିବା ସହ ସସପେଣ୍ଡ ପାଇଁ ଦଳ ଦାବି କରିଛି ।

Advertisment

ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ପ୍ରଶାସନିକ ଅଧିକାରୀ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଏବଂ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ତ୍ରିମୂର୍ତ୍ତି ବୋଲି ଚିଠିରେ ଦର୍ଶାଇଛି ଦଳ । ତେବେ ଏନେଇ ସୁଜାତା କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଯୋଗ୍ୟ ଯେ ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଯାଇ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ତେବେ ଏହା ପୂର୍ବରୁ ଗତକାଲି ନିର୍ବାଚନ କମିଶନ ଏକ ବଡ଼ ଆକ୍ସନ ନେଇଥିଲେ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଥିଲେ ଇସିଆଇ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ ନିର୍ବାଚନ କମିଶନ । କୁଟ୍ଟେ, ବର୍ତ୍ତମାନ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ କୁଟ୍ଟେ । ଆଜି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ କୁଟ୍ଟେଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ମୁଖ୍ୟ ସଚିବଙ୍କୁ ଦେବାକୁ CEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ମୁଖ୍ୟ ସଚିବ ଅଭିଯୋଗ ଫର୍ଦ୍ଦକୁ ମେ’ ୩୦ ଅପରାହ୍ନ ୫ଟା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ।

ସେହିପରି ଆଉ ଏକ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବରିଷ୍ଠ IPS ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମେ’ ୪ରୁ ମେଡିକାଲ ଲିଭ୍‌ରେ ଅଛନ୍ତି ଆଶିଷ ସିଂ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଏଥିପାଇଁ ମେ’ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବାକୁ ଆଶିଷ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ରିପୋର୍ଟ ମେ ୩୧ ସୁଦ୍ଧା ECIଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ECIଙ୍କ ଆକ୍ସନ ପରେ ହଲଚଲ୍; ବିଜେଡି ଉପରେ ବିଜେପିର ଜୋରଦାର ହମଲା

Election Commission BJP Election Code Of Conduct Model Code Of Conduct
Advertisment
Advertisment