Advertisment

SCBରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ, ଭୋର ୪ଟାରେ ଭର୍ତ୍ତି ହୋଇଥିବା ସୂଚନା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ SCBରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା ଯୋଗୁଁ ଖୋର୍ଦ୍ଧା ଜେଲରୁ କଟକ ବଡମେଡିକାଲ ଅଣାଗଲା । ଓକିଲଙ୍କ ଆବେଦନ ଆଧାରରେ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Prashant Jagdev Admitted To SCB Due To Unwell

Odisha Election

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ SCBରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା ଯୋଗୁଁ ଖୋର୍ଦ୍ଧା ଜେଲରୁ କଟକ ବଡମେଡିକାଲ ଅଣାଗଲା । ଓକିଲଙ୍କ ଆବେଦନ ଆଧାରରେ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ । ଭୋର ୪ଟାରେ SCBରେ ଭର୍ତ୍ତି ହୋଇଥିବା ଓକିଲ ସୂଚନା ଦେଇଛନ୍ତି । ବୁଥ୍ ରେ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରିଛି ପୋଲିସ ।

Advertisment

ସେପଟେ ସାମନାକୁ ଆସିଲା ସତ । ପଦାରେ ପଡ଼ିଛି ଷଡ଼ଯନ୍ତ୍ର । ସିସିଟିଭି ଫୁଟେଜ୍ ହଟାଇଲା ଘଟଣା ଉପରୁ ପରଦା । ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି । କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜ୍ ଜାରି କରି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ବୈଜୟନ୍ତଙ୍କ ଟାର୍ଗେଟ; ନଚାଳିଙ୍କ କଥାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ!

Advertisment

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼। ହୋ ହଲ୍ଲା ବି ଜାରି ରହିଛି । ଏହାରି ଭିତରେ ଜଗଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା ।

ବିଧାନସଭା ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ । ଏଠି ପ୍ରଶ୍ନ, ବୁଥ୍ ଭିତରେ ଏତେ ସଂଖ୍ୟକ ଲୋକ ପଶିଲେ କେମିତି? ଏଭଳି ଭିଡ଼ରେ ମତଦାନ କେମିତି ଚାଲିଥିଲା? ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସ୍ କରୁଥିଲା କଣ? ପ୍ରିଜାଇଡିଂ ଅଫିସର୍ ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କାହିଁକି ଫୋର୍ସ ଡକାଇଲେନି?

ଆକ୍ରୋଶମୂଳକ ଭାବେ ତୃତୀୟ ମହଲା ଇଙ୍ଗିତରେ ଏସବୁ କାଣ୍ଡ ଘଟାଯାଇଛି ବୋଲି ଜଣେ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀ ସୂଚନା ଦେଇଛନ୍ତି ବୋଲି ଅପରାଜିତା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରି ଶାସକ ଦଳକୁ ହରଡଘଣାରେ ପକାଇଛନ୍ତି । ଗୋଟିଏ ପଟେ ଅପରାଜିତା ସିସିଟିଭି ଫୁଟେଜ୍‌କୁ ସାର୍ବଜନୀନ କରି ରାଜ୍ୟ ସରକାରକୁ ଘେରିଥିବା ବେଳେ ସରକାରୀ ଦଳ କିନ୍ତୁ ଅଜବ ଯୁକ୍ତି ରଖିଛି ।

ଅଧିକ ପଢ଼ନ୍ତୁ: ସସପେଣ୍ତ ହେଲେ କୁଟ୍ଟେ, ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ମିଳିଲା ଦଣ୍ଡ

ଅପରାଜିତାଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନଦେଇ ବିଜେପି ଗୁଣ୍ଡାଙ୍କ ଦଳ ବୋଲି କହି ସେଇ ପୁରୁଣା ରେକର୍ଡକୁ ବଜାଇଛି । ଅନ୍ୟପଟେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍ ଆମର ହସ୍ତଗତ ହୋଇନି । ଆମେ ସିସିଟିଭି ଫୁଟେଜ ମାଗିଛୁ । ପ୍ରଶାନ୍ତଙ୍କ ଓକିଲଙ୍କ ପ୍ରତିକ୍ରିୟା ହେଲା ଏହା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ୩ ଦିନ ଥିବା ବେଳେ, ତାପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ଘନଉଛି । ତେବେ ପ୍ରଶାନ୍ତଙ୍କ ଗିରଫ ଯେ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ସିସିଟିଭି ଫୁଟେଜରୁ ଏକ ପ୍ରକାର ସ୍ପଷ୍ପ ହୋଇଯାଉଛି ।

Politics Odisha Elections General Elections 2024
Advertisment
Advertisment