ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ୪ଟି ଜାଗାରେ ମାରାଥନ୍ ପ୍ରଚାର କରିବା ପରେ ବିଜେପି କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ ।
ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ପଡ଼ିବ ଭୋଟ୍ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର ।
ହାରିବା ଭୟରେ ଟଙ୍କା ବାଣ୍ଟୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଏଭଳି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସମ୍ବଲପୁରରେ ବିଜେଡି ହାରିବା ଭୟରେ ଟଙ୍କା ବଣ୍ଟା ଆରମ୍ଭ କରିଛି ।
ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ।
ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ । ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି ।
ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ବିରୋଧ କରିଛି ତେବେ ପ୍ରମାଣ ଦିଅ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ମାହାଙ୍ଗା କୁଳିଆରେ ଯୋଗୀଙ୍କ ବକ୍ତବ୍ୟ । ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭୁରି ପ୍ରଶଂସା କଲେ ଯୋଗୀ । ବୈଜୟନ୍ତଙ୍କ ଭଳି ନେତା ପାଇ କେନ୍ଦ୍ରାପଡ଼ାବାସୀ ସୌଭାଗ୍ୟବାନ ବୋଲି କହିଲେ ।
ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।
ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ ।
ଏଥର ମଇଦାନରେ ବହୁ ହେଭିୱେଟ୍ । ୬ ସଂସଦୀୟ କ୍ଷେତ୍ର, ୪୨ ବିଧାନସଭା ଆସନରେ ହେବ ଭୋଟିଂ ।
ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।
ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍ ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।
ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ । ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତି ଠାରୁ ବାବୁ ରାଜ୍ ।
ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।
ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ
ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ଦୁଇ ଦିନ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।
ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ ।