• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Amit Shah
‘କଂଗ୍ରେସ ହତାଶ ହୋଇ ଭାଇରାଲ୍‌ କରୁଛି ଫେକ୍‌ ଭିଡିଓ’

ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି ।

Bolangir LS
କାହାର ହେବ ବଲାଙ୍ଗିର? ସଙ୍ଗୀତା, ସୁରେନ୍ଦ୍ର ଓ ମନୋଜଙ୍କ ମଧ୍ୟରୁ ଆଗରେ କିଏ ?

ବଲାଙ୍ଗିର ଲୋକସଭା.. ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ । ସୁବର୍ଣ୍ଣପୁର ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।

Naveen Patnaik
ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ

ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ ।

Odisha CM
ଆଜି ନବୀନଙ୍କ ନାମାଙ୍କନ, ହିଞ୍ଜିଳି ବିଧାନସଭା ଆସନରୁ ଦାଖଲ କରିବେ ପ୍ରାର୍ଥିପତ୍ର

ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ ।

Odisha Politics
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ୱଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ ।

Narendra Modi
ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ ।

Candidates Name
ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ।

Election Nomination
ନାମାଙ୍କନ ବେଳେ ବି ନାରାବାଜି ! ବିଜେପି କହିଲା ମୋଦି ମୋଦି, ବିଜେଡି କହିଲା ନବୀନ

ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।

Amit Shah
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଅନେକ ଏଭଳି ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି ।

BJP-BJD
BJP-BJDର ହୋହଲ୍ଲା, ସମର୍ଥକଙ୍କ ଗର୍ଜନରେ ଥରିଲା ଜିଲ୍ଲାପାଳ ଅପିସ୍

ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।

Congress
କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ ଉଠାଇଲେ ସୁଦର୍ଶନ ଦାସ

ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।

Golak Mahapatra
୨୫ ବର୍ଷ ହେଲା କ୍ଷମତାରେ, ହେଲେ ରାଜ୍ୟବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ

ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।

BJP
କମ୍ପୁଛି ରାସ୍ତାଘାଟ; ନାମାଙ୍କନ ଭରୁଛନ୍ତି ବିଜେପିର ହେଭିୱେଟ୍ ନେତା

ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ।

Odisha Politics
କିଏ ଜିତିବ ୨୦୨୪ ବାଜି ? କାହାର ହେବ କୋରାପୁଟ ଲୋକସଭା ଆସନ ?

କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା ଆସନ ଗୁଣୁପୁର, ବିଷମ କଟକ ଓ ରାୟଗଡ଼ା ଭଳି ୭ଟି ବିଧାନସଭା ଆସନକୁ ନେଇ ଗଠିତ କୋରାପୁଟ ସଂସଦୀୟ କ୍ଷେତ୍ର ।

Sambit Patra
ନାମାଙ୍କନ ଦାଖଲ କଲେ ହେଭିୱେଟ୍; ପୁରୀରୁ ସମ୍ବିତ, ରାଉରକେଲାରୁ ଦିଲ୍ଲୀପଙ୍କ ପ୍ରାର୍ଥୀପତ୍ର ଦାଖଲ

ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।

Indore Politics
ନାମାଙ୍କନ ଭରି ପ୍ରଚାର ଚଳାଇଥିଲେ, ହଠାତ୍‌ ବଦଳାଇ ଦେଲେ ଦଳ

ନାମାଙ୍କନ ପ୍ରତ୍ୟାହାର ପରଠୁ ଅକ୍ଷୟ କାନ୍ତିଙ୍କ ଫୋନ୍ ଅଫ୍‌ ଥିଲା । ଅକ୍ଷୟ କାନ୍ତି ବିଜେପିରେ ସାମିଲ ହେବା ପଛରେ ବରିଷ୍ଠ ନେତା କୈଲାଶ ବିଜୟବର୍ଗିଙ୍କ ହାତ ଥିବା କୁହାଯାଉଛି ।

Two teachers suspend
ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ, ବିଜେଡି ସଭାରେ ହୋଇଥିଲେ ସାମିଲ

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ଭତ୍ରା ।

Odisha Politics
ବଦଳିଛି ପ୍ରଚାର ଫଣ୍ଡା, ନିର୍ବାଚନୀ ମୈଦାନରେ ଦଳୀୟ ବାର୍ତ୍ତାକୁ ନେଇ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା ।

3rd Phase voting
ମେ’ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।

Rahul Gandhi
ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା; କହିଲେ, ଓଡ଼ିଶାକୁ ଚଳାଉଛନ୍ତି ପାଣ୍ଡିଆନ୍

ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି।

Congress
ଆସିଲା କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା, କଟକ-ବାରବାଟୀରୁ ଲଢ଼ିବେ ସୋଫିଆ ଫିର୍ଦ୍ଦୋସ

ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଚି କଂଗ୍ରେସ।

South odisha
ବିଜେପି ଫୋକସରେ ଦକ୍ଷିଣ ଓଡ଼ିଶା, ପ୍ରଚାର ପାଇଁ ଆସୁଛନ୍ତି ଦଳର ଟପ୍ ନେତା

ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ।

PM Modi
ମୋଦିଙ୍କ ବଡ଼ ବୟାନ; କହିଲେ ‘ସଙ୍କଟରେ ଅଛି ଓଡ଼ିଆ ଭାଷା’

‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍‌ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’

J P Nadda
ଶାହଙ୍କ ପରେ ବର୍ଷିଲେ ନଡ୍ଡା; କହିଲେ, ବାହାର ଲୋକଙ୍କୁ ଦିଆଯାଉଛି ପ୍ରଶ୍ରୟ, ରହନ୍ତୁ ସତର୍କ..

ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡା ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି।

JP Nadda
ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା, ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ । ସେଠି ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା।