Advertisment

ବିବେକାନନ୍ଦ ରକ୍‌କୁ ଆସି ମୋତେ ଅଦ୍ଭୁତ-ଅଲୌକିକ ଉର୍ଜାର ଅନୁଭବ ହେଲା: ପ୍ରଧାନମନ୍ତ୍ରୀ ମୋଦି

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଲିଖିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Narendra Modi

Narendra Modi

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଲିଖିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଥିରେ ମୋଦି ଲେଖିଛନ୍ତି ଯେ, ବିବେକାନନ୍ଦ ରକ୍ କୁ ଆସି ମୋତେ ଅଦ୍ଭୁତ ଓ ଅଲୌକିକ ଉର୍ଜାର ଅନୁଭବ ହେଲା ।

Advertisment

ଏହି ଶିଳା ଉପରେ ମାଆ ପାର୍ବତୀ ଏବଂ ସ୍ୱାମୀ ବିବେକାନନ୍ଦ ତପସ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ଏକନାଥ ରାନାଡ଼େ ଏହି ସ୍ମାରକ ଭାବେ ବିବେକାନନ୍ଦଙ୍କ ଚିନ୍ତାଧାରାକୁ ଜୀବନ୍ତ କରିଥିଲେ । ଆଧ୍ୟାତ୍ମିକ ନବଜାଗରଣର ପ୍ରଣେତା ବିବେକାନନ୍ଦ ମୋ ଆଦର୍ଶ, ମୋ ଉର୍ଜା ଓ ମୋ ସାଧନାର ସ୍ରୋତ ରହିଆସିଛନ୍ତି ।

ବହୁ ବର୍ଷ ପୂର୍ବରୁ ସାରାଦେଶ ଭ୍ରମଣ ପରେ ସେ ଯେତେବେଳେ ଏଠାରେ ଧ୍ୟାନ କରିଥିଲେ, ଭାରତର ପୁନରୁତ୍ଥାନ ପାଇଁ ତାଙ୍କୁ ନୂଆ ଦିଶା ମିଳିଥିଲା । ଏହା ମୋର ସୌଭାଗ୍ୟ ଯେ, ବହୁ ବର୍ଷ ପରେ ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ମୂଲ୍ୟବୋଧ ଓ ଆଦର୍ଶ ଅନୁସାରେ ତାଙ୍କର ସ୍ୱପ୍ନର ଭାରତ ରୂପ ନେଉଛି, ସେତେବେଳେ ମୋତେ ଏହି ପବିତ୍ର ସ୍ଥଳରେ ସାଧନାର ସୁଯୋଗ ମିଳିଲା ।

Advertisment

ମାଆ ଭାରତୀଙ୍କ ଚରଣରେ ବସି ମୁଁ ପୁଣି ଏହି ସଂକଳ୍ପକୁ ଦୋହରାଉଛି ଯେ, ମୋ ଜୀବନର ପ୍ରତିଟି ମୁହୂର୍ତ୍ତ ଓ ମୋ ଶରୀରର ପ୍ରତିଟି କଣିକା ସର୍ବଦା ଦେଶର ସେବାରେ ସମର୍ପିତ ରହିବ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିବା ପରେ, ଗତ ୩୦ ତାରିଖ ସନ୍ଧ୍ୟାରୁ ବିବେକାନନ୍ଦ ରକ୍ ର ଧ୍ୟାନ ମଣ୍ଡପମ୍ ରେ ୪୫ ଘଣ୍ଟା ପାଇଁ ମୌନବ୍ରତ ପାଳନ ସହ ଧ୍ୟାନରେ ବସିଥିଲେ ମୋଦି ।

ଏହି ସମୟରେ ସେ କେବଳ ପଇଡ଼ ପାଣି ଓ ଅଙ୍ଗୁର ରସ ଗ୍ରହଣ କରିଥିଲେ । ଗତକାଲି ଏହା ସଂପୂର୍ଣ୍ଣ ହେବା ପରେ, ସେ ୧୩୩ ଫୁଟ୍ ଉଚ୍ଚ ଥିରୁବଲ୍ଲଭର ମୂର୍ତ୍ତି ପରିଦର୍ଶନ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ୭୫ ଦିନରେ ରାଲି ଓ ରୋଡ ସୋ'କୁ ମିଶାଇ ପ୍ରାୟ ୨୦୬ଟି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଓଟିଭି ସମେତ ବିଭିନ୍ନ ଗଣମାଧ୍ୟମକୁ ୮୦ଟି ସାକ୍ଷାତକାର ଦେଇଥିଲେ ।

Politics Odisha Elections General Elections 2024
Advertisment
Advertisment