• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମାପ୍ତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତପସ୍ୟା । ଆଜି ତାମିଲନାଡ଼ୁର କନ୍ୟାକୁମାରୀର ଶାନ୍ତ ଉପକୂଳରେ ୪୫ ଘଣ୍ଟା ପରେ ଧ୍ୟାନ ସମାପ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କନ୍ୟାକୁମାରୀରେ ସେଇ ସ୍ଥାନରେ ପ୍ରଥମେ ସ୍ୱାମୀ ବିବେକାନନ୍ଦ ଧ୍ୟାନ କରିଥିଲେ । ସେହି ଜାଗାରେ ହିଁ ସେ ବିକଶିତ ଭାରତ ତଥା ଆଧ୍ୟାତ୍ମିକ ଭାରତର ସ୍ୱପ୍ନ ଦେଖିଥିଲେ । ଆଜି ଅନ୍ତିମ ଭୋଟ୍ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ତପସ୍ୟା ମଧ୍ୟ ପୂର୍ଣ୍ଣ ହୋଇଛି ।

ପ୍ରାୟ ପ୍ରତ୍ୟେକ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଏହିପରି ଭାବେ ଆଧ୍ୟାତ୍ମିକତାର ଶରଣରେ ରହି ଥାଆନ୍ତି । ଗତ ଲୋକସଭା ନିର୍ବାଚନ୨୦୧୯ ରେ ମଧ୍ୟ ସେ କେଦାରନାଥ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଏକ ଗୁମ୍ପା ମଧ୍ୟରେ ଧ୍ୟାନରେ ବସି ରହିଥିଲେ । ସେହିପରି ଏହାର ପୂର୍ବ ନିର୍ବାଚନ ୨୦୧୪ ରେ ସେ ଶିବାଜୀଙ୍କ ପ୍ରତାପଗଡ଼ ପରିଦର୍ଶନ କରିଥିଲେ ।

ତେବେ ଆଜିର ତପସ୍ୟା ଭାଙ୍ଗିବା ପୂର୍ବରୁ ସେ ବିବେକାନନ୍ଦ ରକ୍ ମେମୋରିଆଲରେ ସୂର୍ଯ୍ୟୋଦୟ ଦେଖିଥିଲେ । ଏହି ସମୟରେ ସେ 'ସୂର୍ଯ୍ୟ ଅର୍ଘ୍ୟ' ମଧ୍ୟ ପ୍ରଦାନ କରିଥିଲେ । ଅର୍ଥାତ୍, ହିନ୍ଦୁ ଧର୍ମ ଅନୁସାରେ ସେ ସକାଳର ଉଦିତ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ । ସର୍ବଶକ୍ତିମାନ୍ ତଥା ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଆଧ୍ୟାତ୍ମିକ ଅଭ୍ୟାସ କରିବା ସହ ସୂର୍ଯ୍ୟଙ୍କ ନିକଟରେ ମଥାନତ କରିଥିଲେ ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଏକ ଛୋଟ ପାତ୍ରରେ ଅଳ୍ପ ଜଳକୁ ନୈବେଦ୍ୟ ବା ଅର୍ଘ୍ୟ ଆକାରରେ ସମୁଦ୍ରରେ ଢ଼ାଳିଥିଲେ । ପରେ ଜପ ମାଳା ବ୍ୟବହାର କରି ପ୍ରାର୍ଥନା କରିଥିଲେ । ଏହି ସମୟରେ ମୋଦିଙ୍କୁ ଏକ ଗୈରିକ ବସ୍ତ୍ର ପରିଧାନ କରିଥିବାର ଦେଖାଯାଇଥିଲା । ପରେ ପରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଏକ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ମଧ୍ୟ ଅର୍ପଣ କରିଥିଲେ । ପରେ ସେ ଉକ୍ତ 'ଜପ ମାଳା'କୁ ଧରି ମଣ୍ଡପ ପରିକ୍ରମା କରିଥିଲେ ।

କନ୍ୟାକୁମାରୀ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ପାଇଁ ଏହି ସ୍ଥାନଟି ପ୍ରସିଦ୍ଧ । ବିବେକାନନ୍ଦ ମେମୋରିଆଲ୍ ରକ୍ ସ୍ମାରକଟି ସମୁଦ୍ର କୂଳ ନିକଟରେ ଥିବା ଏକ କ୍ଷୁଦ୍ର ଦ୍ୱୀପପୁଞ୍ଜରେ ଅବସ୍ଥିତ । ଏହି ସ୍ଥାନଟି ହେଉଛି ଭାରତର ସବୁଠାରୁ ଦକ୍ଷିଣତମ ସ୍ଥାନ । ଅନ୍ୟପଟେ ଏହି ସ୍ଥାନଟି ମଧ୍ୟ ଭାରତର ପୂର୍ବ ଓ ପାଶ୍ଚାତ୍ୟ ଉପକୂଳର ମିଳନସ୍ଥଳ । ଏହା ମଧ୍ୟ ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗରର ମିଳନ ସ୍ଥାନ ଅଟେ ।

ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ଯେତେବେଳେ ଭଗବାନ ଶିବଙ୍କୁ ଅପେକ୍ଷା କରିଥିଲେ, ସେତେବେଳେ ସେ ଗୋଟିଏ ପାଦରେ ସେହି ସ୍ଥାନରେ ଧ୍ୟାନ କରିଥିଲେ । ଠିକ୍ ସେହି ସ୍ଥାନରେ ଅର୍ଥାତ୍ ବିବେକାନନ୍ଦ ରକ୍ ମେମୋରିଆଲରେ ପ୍ରଧାନମନ୍ତ୍ରୀ ଗତ ମେ ୩୦ ତାରିଖ ସନ୍ଧ୍ୟାରେ ଧ୍ୟାନ ଆରମ୍ଭ କରିଥିଲେ । ଏହି ଧ୍ୟାନ ଆଜି ସମାପ୍ତ ହୋଇଛି । ସୂଚନାଯୋଗ୍ୟ, ଏପ୍ରିଲ୍ ୧୯ ରୁ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ଶେଷ ପର୍ଯ୍ୟାୟ ଥିବା ବେଳେ ଗଣନା ଜୁନ୍ ୪ ରେ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now