Advertisment

ଅରୁଣାଚଳରେ ବିଜେପିକୁ ବହୁମତ, ୬୦ ଆସନରୁ ୪୬ଟି ଜିତିଲା ବିଜେପି

ବିଜେପି ବ୍ୟତୀତ ଅରୁଣାଚଳ ପ୍ରଦେଶରେ NPEP ୫ଟି ସିଟ୍‌, NCP ୩ଟି ସିଟ୍‌, PPA ୨ଟି ସିଟ୍‌, କଂଗ୍ରେସ ଗୋଟିଏ ଏବଂ ୩ଟି ଆସନରେ ସ୍ୱାଧିନ ବିଧାୟକ ବାଜି ମାତ କରିଛନ୍ତି ।

author-image
Santosh Kumar Sahoo
Arunachal Pradesh

Arunachal Pradesh

ଅରୁଣାଚଳ ପ୍ରଦେଶରେ ବିଜେପି ସରକାର । ଚଳିତ ବିଧାନସଭା ନିର୍ବାଚନରେ ଅରୁଣାଚଳ ପ୍ରଦେଶରେ ବିଜେପି ବାଜି ମାରିଛି । ୬୦ ବିଧାନସଭା ଆସନରୁ ୪୬ଟିରେ ବିଜୟଲାଭ କରିଛି ଭାରତୀୟ ଜନତା ପାର୍ଟି । ଅରୁଣାଚଳ ପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୩୧ । ତେବେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଏକାକୀ ୪୬ ଆସନ କବଜା କରିବା ସହ ସରକାର ଗଠନ ପାଇଁ ବହୁମତ ହାସଲ କରିସାରିଛି ।

Advertisment

ବିଜେପି ବ୍ୟତୀତ ଅରୁଣାଚଳ ପ୍ରଦେଶରେ NPEP ୫ଟି ସିଟ୍‌, NCP ୩ଟି ସିଟ୍‌, PPA ୨ଟି ସିଟ୍‌, କଂଗ୍ରେସ ଗୋଟିଏ ଏବଂ ୩ଟି ଆସନରେ ସ୍ୱାଧିନ ବିଧାୟକ ବାଜି ମାତ କରିଛନ୍ତି । ତେବେ ଅରୁଣାଚଳ ପ୍ରଦେଶରେ ବିଜେପି ବାଜିମାତ୍‌ କରିବା ସହ ପେମା ଖାଣ୍ଡୁଙ୍କ ଦଳ ପୁଣି ସରକାର ଗଢିବାକୁ ଯାଉଛି। ଯାହାକୁ ନେଇ ରାଜ୍ୟର ବିଜେପି ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି।

୨୦୧୬ ମସିହାରୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ପେମା ଖାଣ୍ଡୁ । ୨୦୧୬ରେ ସେ ପ୍ରଥମ କରି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଇଥିଲେ । ଏହାପରେ ୨୦୧୯ରେ ପେମା ଖାଣ୍ଡୁଙ୍କ ନେତୃତ୍ୱରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିଲା । ତାଙ୍କ ନେତୃତ୍ୱରେ ବିଜେପି ୨୦୧୯ରେ ୪୧ ଆସନ ହାସଲ କରିଥିଲା ଏବଂ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଚଳିତ ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Advertisment

ସେପଟେ ସିକିମ୍‌ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇଛି । ସିକିମ୍‌ ବାଜି ଜିତିଛି ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା । ମୋଟ୍ ୩୨ ଆସନରୁ ଏକାକୀ ୩୧ଟି ଜିତିଛି ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା । ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଗୋଟିଏ ସିଟରେ ବିଜୟୀ ହୋଇଛି।

ଅନ୍ୟପକ୍ଷରେ ଗତକାଲି ଶେଷ ହୋଇଛି ସାଧାରଣ ନିର୍ବାଚନ । ମୋଟ୍‌ ୭ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ୫୪୩ ସାଂସଦ ଆସନ ସହ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ଜୁନ୍ ୪ରେ ପ୍ରକାଶ ପାଇବ । ତେବେ ରେଜଲ୍ଟ ବାହାରିବା ପୂର୍ବରୁ ଗତକାଲି ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌ । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏହି ଏକଜିଟ୍‌ ପୋଲରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିଥିବା ଦେଖିବାକୁ ମିଳିଛି ।

BJP Arunachal Pradesh General Election 2024
Advertisment
Advertisment