• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ଫଳ । କିଏ ଗଢ଼ିବ ସରକାର, କାହାର ହେବ ବାଜିମାତ୍.. ଆଉ ମାତ୍ର ଦିନ କେଇଟାରେ ଜଣା ପଡ଼ିଯିବ । ଜନତା ଜନାର୍ଦ୍ଦନ ନିଜ ମନ ପସନ୍ଦର ପ୍ରତିନିଧି ବାଛି ସାରିଛନ୍ତି । EVM ରେ ବନ୍ଦ ହୋଇ ରହିଛି ଦେଶର ଗଣତନ୍ତ୍ରର ଭାଗ୍ୟ । ତେବେ ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ସାମ୍ବିଧାନିକ ଅଧିକାର । ପ୍ରତ୍ୟେକଟି ଭୋଟ୍ ଦେଶର ଭବିଷ୍ୟତ ପାଇଁ ମୂଲ୍ୟବାନ୍ ।

ଆଉ ଏହି କଥାକୁ ବୁଝି ପାରି ଭୋଟ୍ ଦେଇଛନ୍ତି ଜଣେ ବ୍ୟକ୍ତି । ତେବେ ବିଶେଷତ୍ୱ ହେଉଛି ନିଜ ମାଆଙ୍କର ଦେହାନ୍ତ ହେବା ସତ୍ତ୍ୱେ ସେ ପ୍ରଥମେ ଦେଶ ପାଇଁ କର୍ତ୍ତବ୍ୟ ପାଳନ କରିବାକୁ ଉଚିତ୍ ମଣିଛନ୍ତି । ଗୋଟେ ମାଆର ପୁଅ ହେବାଠାରୁ ଅଧିକ ସେ ଭାରତ ମାଆର ପୁଅ ହେବାକୁ ପସନ୍ଦ କରିଛନ୍ତି । ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ଦେବା ପରେ ହିଁ ସେ ନିଜ ମାଆଙ୍କର ଅନ୍ତିମ ସଂସ୍କାର କରିଛନ୍ତି ।

ଏପରି ଏକ ଘଟଣା ବର୍ତ୍ତମାନ ପୂରା ଦେଶରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଘଟଣା ଅନୁସାରେ, ଆଜି ଦେହାନ୍ତ ହୋଇଥିବା ବିହାରର ଜଣେ ୮୦ ବର୍ଷ ବୟସ୍କା ମହିଳାଙ୍କ ପରିବାର ସଦସ୍ୟ ପ୍ରଥମେ ଭୋଟ୍ ଦେବା ପରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ଏହି ଘଟଣାଟି ଜେହାନାବାଦ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦେବକୁଲି ଗାଁରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଘଟିଛି ।

ମାଆଙ୍କର ମୃତ୍ୟୁ ହୋଇ ସାରିଛି । ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଉ କେବେ ଫେରି ଆସିବେ ନାହିଁ । ଶବଦାହ ଅପେକ୍ଷା କରିପାରିବ, କିନ୍ତୁ ନିର୍ବାଚନ ନୁହେଁ । ଭୋଟ୍ ଦେବାର ସମୟ ନୁହେଁ । ଏହା ପୁଣି ପାଞ୍ଚ ବର୍ଷ ପରେ ଆସିବ । ତେଣୁ ମୁଁ ଓ ମୋର ପରିବାର ସଦସ୍ୟ ଏହି ବିଷୟରେ ଆଲୋଚନା କରି ପ୍ରଥମେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛୁ । ଭୋଟ୍ ଦେବା ପରେ ହିଁ ମାଆଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସାମ୍ବାଦିକଙ୍କ ସାମ୍ନାରେ ମୃତକଙ୍କ ପୁଅ ମିଥିଲେଶ ଯାଦବ କହିଛନ୍ତି ।

ସୂଚନା ଯୋଗ୍ୟ, ଅନ୍ତିମ ସଂସ୍କାରରେ ଯୋଗଦେବା ପୂର୍ବରୁ ପରିବାର ସଦସ୍ୟ ୧୧୫ ନମ୍ବର ବୁଥରେ ଭୋଟ୍ ଦେଇଥିଲେ । ଏହି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ବିହାରର ଅନ୍ୟ ଆଠଟି ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ମତଦାନ ଚାଲିଛି । ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ପାଟନା ସାହେବ, ପାଟଲିପୁତ୍ର, ଆରାହ, କରକାଟ, ଜେହାନାବାଦ, ବକ୍ସର, ନାଲନ୍ଦା ଏବଂ ଜେହାନାବାଦ ।

OTV is now on Whatsapp

Join and get latest news update delivered to you via whatsapp

Join Now