• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦକ୍ଷିଣ ଭାରତରେ ଏଣ୍ଟ୍ରି ମାରିବ କି ବିଜେପି । ତାମିଲନାଡ଼ୁ, କେରଳରେ ଏଥର ପ୍ରବେଶ କରିବ କି ପଦ୍ମ ଦଳ । କାରଣ ଏଥର ଏକଜିଟ୍ ପୋଲ୍‌ରେ ବିଜେପି କିଛି ମ୍ୟାଜିକ୍ କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ତାମିଲନାଡ଼ୁ ଉପରେ ଯଦି ନଜର ପକାଇବା ତାହେଲେ ପ୍ରାୟତଃ ସବୁ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳୁଛି କି ବିଜେପି ଚଳିତ ଖାତା ଖୋଲୁଛି । ଟୁଡେସ୍ ଚାଣକ୍ୟରେ ଏକଜିଟ୍‌ ପୋଲରେ ଡିଏମକେ- ୨୯, ବିଜେପି- ୧୦, ଏଆଇଡିଏମକେ- ୦-୨ଟି ସିଟ୍ ଆଣୁଛି ।

ସେହିପରି PMARQ ଏକ୍‌ଜିଟ୍‌ ପୋଲରେ ଡିଏମକେ-୩୮, ଏଆଇଡିଏମକେ-୧ ଏବଂ ବିଜେପି ୦-୨ଟି ସିଟ୍ ଆଣୁଛି । ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲରେ ବି ଡିଏମକେ- ୩୩-୩୭ ସିଟ୍ ଆଣୁଥିବା ବେଳେ ବିଜେପି- ୨ରୁ ୪ ସିଟ୍ ଆସିପାରେ ।

ସେହିପରି ଚଳିତ ନିର୍ବାଚନରେ ବେଶ୍‌ ଚର୍ଚ୍ଚାରେ ଥିଲା କେରଳ । ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏଠାରେ ଖାତା ଖୋଲିନଥିବାବେଳେ ଚଳିତ ଥର କେରଳରେ ବି ଖାତା ଖୋଲିପାରେ ବିଜେପି । ଟୁଡେସ୍ ଚାଣକ୍ୟ ଅନୁସାରେ ବିଜେପି ଏହି ରାଜ୍ୟରେ ୩ଟି ସିଟ୍ ଆଣିପାରେ । ସେହିପରି C ଭୋଟର ଏକଜିଟ୍‌ ପୋଲ ଆକଳନ ଅନୁସାରେ NDA ୧-୩ଟି ସିଟ୍‌ ଜିତିପାରେ । ସେହିପରି Axis My India ର ଆକଳନ ଅନୁସାରେ ବିଜେପି ୨ରୁ ୩ଟି ସିଟ୍‌ରେ ବିଜୟଲାଭ କରିପାରେ ।

ଯଦି ଆନ୍ଧ୍ରପ୍ରଦେଶ କଥା କହିବା ତାହାଲେ ସେଠି ବି ମ୍ୟାଜିକ୍ କରୁଛି ବିଜେପି, ଟିଡିପି ଏବଂ ଜନସେନା । ଏହାଛଡ଼ା ତେଲେଙ୍ଗାନାରେ ଶାସନାଧିନ କଂଗ୍ରେସକୁ ମଧ୍ୟ ଝଟକା ଦେଇପାରେ ବିଜେପି ।

ଦେଶରେ ବି ଚଳିତ ନିର୍ବାଚନରେ ବିଜେପି ଇତିହାସ ରଚୁଥିବା ଏକଜିଟ୍ ପୋଲ୍ ରିପୋର୍ଟ ସୂଚାଉଛି । ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ, ବିଜେପି ପୁଣି ଥରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଦର୍ଶାଉଛି । ଏପରିକି ଯେଉଁ ୪୦୦ ପାର୍ ନାରା ବିଜେପି ଦେଇଥିଲା ତାହା ବି ସଫଳ ହେବ ବୋଲି କିଛି ଏକଜିଟ୍ ପୋଲ୍ ସୂଚାଉଛି । ଇଣ୍ଡିଆ ଟୁଡେ - ଆକ୍ସିସର ଆକଳନ ଅନୁସାରେ ୪ ଶହ ପାର୍ କରିବ NDA । ଏହାର ଏକ୍‌ଜିଟ ପୋଲ୍ ସର୍ଭେ ଅନୁସାରେ, ବିଜେପି ନେତୃତ୍ୱାଧୀନ NDAକୁ ୩୬୧ରୁ ୪୦୧, ‘ଇଣ୍ଡି’ ମେଣ୍ଟକୁ ୧୩୧ରୁ ୧୬୬ ଆସନ ମିଳିପାରେ ।

ସେହିପରି NDTV- ପୋଲ୍ ଅଫ୍ ପୋଲ୍ସ ଅନୁସାରେ NDAକୁ ୩୬୫, ‘ଇଣ୍ଡି’ ମେଣ୍ଟକୁ ୧୪୨ ଏବଂ ଅନ୍ୟକୁ ୩୬ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ଜନ୍ କୀ ବାତ୍ ଆକଳନ ଅନୁସାରେ, NDAକୁ ୩୬୨ରୁ ୩୯୨ ଆସନ ମିଳିପାରେ । ସେହିପରି ଇଣ୍ଡିଆ ନ୍ୟୁଜ୍ ଡି ଡାଇନାମିକ୍ସ ଅନୁସାରେ, NDAକୁ ୩୭୧, ‘ଇଣ୍ଡି’ ମେଣ୍ଟକୁ ୧୨୫ ଓ ଅନ୍ୟ ଖାତାରେ ୪୭ ଆସନ ରହିପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now