ଆପଣ ଯଦି ଖୁବ ବେଶୀ ଉଦ୍ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା କୁହାଯାଇଛି।
ଅତ୍ୟଧିକ ସମୟ ପାଇଁ ପରିସ୍ରା ଚାପି ରଖିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। କିନ୍ତୁ ଏ ସବୁରୁ ଗୋଟିଏ ବିରଳ କିନ୍ତୁ ଘାତକ ପରିଣାମ ବ୍ଲାଡର ବଷ୍ଟିଂ ବା ମୂତ୍ରାଶୟ ଫାଟିବା ମଧ୍ୟ ହୋଇପାରେ। ହେଲେ ଏସବୁ ସମସ୍ୟା ଠାରୁ ସବୁଠୁ ସାଧାରଣ ବା କମନ୍ ସମସ୍ୟା ହେଉଛି ପରିସ୍ରା ନଳୀ ଶୈଳୀ ସଂକ୍ରମଣ ବା ୟୁରିନାରୀଟ୍ରାକ୍ଟ ଇନ୍ଫେକସନ୍।
କଳାକୃତିର ବିକ୍ରିବଟାର ଅନେକ ନୂଆ ଓ ପୁରୁଣା ମାଧ୍ୟମ ମହଜୁଦ ଥିବାବେଳେ ଏବେ ଆଉ ଏକ ମାଧ୍ୟମ ଲୋକପ୍ରିୟ ହେବାକୁ ଲାଗିଲାଣି। ସେଇଟି ହେଲା ଏନ୍.ଏଫ୍.ଟି। ଆଜି ଉଭୟେ ଚିତ୍ରଶିଳ୍ପୀ ଓ ଚିତ୍ର ପାଇଁ ଏନ୍.ଏଫ୍.ଟି ସମ୍ଭାବନାର ନୂଆ ରାସ୍ତା ଖୋଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି ଏନ୍.ଏଫ୍.ଟି।
ଆଜିକାଲି ପିଲାମାନେ ପ୍ରାୟ ସମୟ ନିଜକୁ ମୋବାଇଲ୍ ବା ଟିଭି ସ୍କ୍ରିନ୍ରେ ବ୍ୟସ୍ତ ରଖୁଛନ୍ତି, ଯାହା ସେମାନଙ୍କ ବିଭିନ୍ନ ମସ୍ତିଷ୍କଜନିତ ସମସ୍ୟାର କାରଣ ହେଉଛି। ଏନେଇ ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍ ଟାଇମ୍ ନିର୍ଦ୍ଧାରଣ କରିଛି ।
ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା, ଚମକି ପଡିଲି ସମୁଦ୍ର କଥାରେ। ତାଙ୍କ କଥା କେମିତି କହିବି ଯାହାଙ୍କୁ ଶେଷଥର ପାଇଁ ଭେଟିଥିଲି ଏଇ ସମୁଦ୍ର କୂଳରେ।
ମହିଳାମାନଙ୍କ ପାଇଁ ସୁବଠାରୁ ଅସୁରକ୍ଷିତ ହୋଇପଡୁଛି ଭାରତ। ଆଫଗାନିସ୍ଥାନ, ସିରିୟା ଓ ସାଉଦି ଆରବଠାରୁ ବି ବଳି ପଡୁଛି। ଏନେଇ କିଏ ଦାୟୀ?
"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।
- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ
ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ।
କୋନ୍ନଗରକୁ ଏବେ ବାଟା ନଗର ବୋଲି କୁହାଯାଉଛି। ଭାରତରେ ବାଟା ତା’ର କାରଖାନା ୧୯୩୧ରେ ଖୋଲିଲା। ସେତେବେଳକୁ ଭାରତର ଜୋତା ବଜାରରେ ଜାପାନରେ ତିଆରି ହେଇଥିବା ଜୋତାର ଏକଚାଟିଆ କାଟ୍ତି ଚାଲିଥାଏ। ବାଟା କମ୍ପାନୀ ପ୍ରାଥମିକ ଭାବରେ ଭାରତରେ କେବଳ କପଡ଼ା ଓ ରବର ଚପଲ ତିଆରି ଆରମ୍ଭ କଲା।
କିଶୋର ଅବସ୍ଥାରୁ ମସ୍ତିଷ୍କରେ ଭରିଦିଆଯାଉଛି ଡିଜିଟାଲ ବିଶ୍ବର ଚମକ ,କୋଡିଙ୍ଗ ଶିଖ,ଆପ୍ ତିଆରି କର । ତାହେଲେ ପରିଗଣିତ ହେବ ବିଶ୍ୱମାନବ । ସଭ୍ୟ,ଶିକ୍ଷିତ ବୋଲାଇବାର ଏହିପରି ମନ୍ତ୍ରସଵୁ କି ଯେ ଭବିଷ୍ୟତ ଯୁବଶକ୍ତି ଗଠନ କରିବ ତାହା ମଧ୍ୟ ବିଚାର୍ଯ୍ୟ । ତେବେ ଇଣ୍ଟରନେଟ,ଇ-ମେଲ ଓ ଗୁଗଲୁ ସମେତ ଅନେକ ଆପ ଆଜିର ଯୁବପିଢିର ଯେପରି ଦୀକ୍ଷାଗୁରୁ ପାଲଟି ଯାଇଛି
ବେଳେବେଳେ ଲୋକେ ନିଷ୍ପତ୍ତି ନେବାରେ ଅସୁବିଧାରେ ପଡନ୍ତି। କ’ଣ କରିବେ ବା ନ କରିବେ ତାହା ବୁଝି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ କ’ଣ କରିବାକୁ ହେବ।
ଆଫ୍ଗାନିସ୍ଥାନର ଅନେଷା ଓ ୱଜ୍ମା ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର ଲିଖିତ ‘ଡିୟର ଜ୍ଜରି’ ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍ମାଙ୍କ ଭଳି ଆହୁରି ଅନେକ ମହିଳାଙ୍କୁ ଭେଟିଛନ୍ତି ଲେଖିକା।
ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। ଏବେ ଆସନ୍ତୁ ଜାଣିନେବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।
ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।
ଚଳିତବର୍ଷ ଭାରତୀୟ ସ୍ଵାଧୀନତା ପ୍ରାପ୍ତିର ପ୍ଲାଟିନମ୍ ଜୁବିଲି ପାଳନ ହେଉଛି। ସରକାର "ଆଜାଦି କା ଅମୃତ ମହୋତ୍ସବ" ଶୀର୍ଷକରେ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଛବି ସମ୍ବଳିତ ଏକ ସ୍ମାରକୀ ପୋଷ୍ଟର୍ ମଧ୍ୟ ପ୍ରକାଶ କରିଛନ୍ତ। ବିଡମ୍ବନା ହେଲା, ଏଥିରେ ଦେଶର ମହାପୁରୁଷଙ୍କୁ ଅବହେଳା କରାଯାଇଛି।
ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।
ବିଶ୍ୱ କ୍ରିକେଟ୍ରେ ପାକିସ୍ତାନ ନିଜର ହଜିଯାଇଥିବା ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ଏଥିପାଇଁ ଇସ୍ଲାମାବାଦରେ ଏକ ସ୍ୱତନ୍ତ୍ର ହାଇଟେକ୍ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ରହିଛି। ତେବେ ଏସବୁ ନିର୍ଭର କରେ ପାକିସ୍ତାନର ରାଜନୈତିକ ଇଚ୍ଛାଶକ୍ତି ଉପରେ। ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା କୌଣସି ସରକାର କେବେ ବି ନିଜର କାର୍ଯ୍ୟକାଳ ପୂରା କରିପାରି ନାହିଁ।