Advertisment

Vastu Tips: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ଯଦି ବାସ୍ତୁର ନିୟମରେ କରାଯାଏ ତେବେ ଅନେକ ଶୁଭଫଳ ମିଳେ। ବୈଠକ ଘରର ସାଜସଜ୍ଜା ପ୍ରତି ମଧ୍ୟ ବିଶେଷଣ ଧ୍ୟାନ ଦେବା କଥା। ଏନେଇ ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଧ୍ୟାନ ଦେବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips to Organize Furniture in your Home

Where to put the sofa, where to set window in the drawing room

ବାସ୍ତୁଶାସ୍ତ୍ରରେ ଭୂମିକ୍ରୟଠାରୁ ଗୃହନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ବାସ୍ତୁର ନିୟମ ଶାସ୍ତ୍ରରେ ରହିଛି। ସବୁ ନିୟମକୁ ଯଦି ମାନିହୁଏ ତେବେ ଖୁବ୍ ଭଲ। ବର୍ତ୍ତମାନ ସମୟରେ ବାସ ଉପଯୋଗୀ ଜାଗାର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ବଡ ଜାଗାଟିଏ ସାଧାରଣ ଲୋକ ବା ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ପକ୍ଷରେ କିଣିବା ସମ୍ଭବ ହେଉ ନାହିଁ। ଛୋଟ ଜାଗାଟିଏ କିଣିବା ଦ୍ୱାରା ଗୃହର ପାଚେରୀ ରହୁ ନାହିଁ।

Advertisment

ଏହିପରି ଅନେକ ବାସ୍ତୁ ନିୟମ ବିରୁଦ୍ଧ ନିର୍ମାଣ କାର୍ଯ୍ୟ ବାଧ୍ୟରେ କରାଯାଉଛି। କିନ୍ତୁ ଏହି ପରିସ୍ଥିତିରେ ଗୃହର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ଯଦି ବାସ୍ତୁର ନିୟମରେ କରିଲେ ଅନେକ ଶୁଭଫଳ ମିଳିବ। ଏହିପରି ଘର ବେଡ୍‌ରୁମ୍, ରୋଷେଇଘର, ଗାଧୁଆଘର, ବୈଠକ ଘର, ଭୋଜନ ଗୃହ, ଇତ୍ୟାଦିର ଆଭ୍ୟନ୍ତରୀଣ ସାଜସଜ୍ଜା ବା ଇଣ୍ଟେରିଅର ଡେକୋରେସନ୍ ପ୍ରତି ବିଶେଷଣ ଧ୍ୟାନ ଦେବା କଥା।

ଏବେ ଜାଣିବା ବୈଠକ ଗୃହର ବାସ୍ତୁ ସିଦ୍ଧାନ୍ତ ବିଷୟରେ:

ବୈଠକ ଗୃହ ଉତ୍ତର କିମ୍ବା ପୂର୍ବ ଭାଗରେ କରିବା ଶୁଭ, ଯାହାଦ୍ୱାରା ସେହି ଗୃହରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଫଳରେ ସେହିଗୃହରେ ବସାଉଠା କରିବା କିମ୍ବା ଘରକୁ ଆସୁଥିବା ଅତିଥି ବସାଉଠା କରିବା ଦ୍ୱାରା ସେହି ଗୃହଟି ଘରର ଅତିଥିଙ୍କ ଆଦର ସତ୍କାର କରିବା ସ୍ଥାନ ଅଟେ। ତେଣୁ ପ୍ରବେଶ ଦ୍ୱାର ନିକଟରେ ବୈଠକ ଘର କଲେ ଭଲ। ବୈଠକ ଘରରୁ ହିଁ ଘରେ ବସବାସ କରୁଥିବା ବ୍ୟକ୍ତିଙ୍କର ସ୍ତର, ସ୍ୱଭାବ ଏବଂ ଆଭିଜାତ୍ୟର ସୂଚନା ମିଳିଥାଏ। ଏଣୁ ଏହି ଘରକୁ ଆରାମଦାୟ ଏବଂ ପୂର୍ଣ୍ଣ ଆଲୋକିତ କରିବା ସହିତ ସକରାତ୍ମକ ଶକ୍ତିରେ ଭରପୂର ରଖିବା ଆବଶ୍ୟକ।

Advertisment

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ଆସନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଧ୍ୟାନ ଦେବା।

  • ଗୃହର ମୁଖ୍ୟ ବୈଠକ ଗୃହରେ ବସିଲାବେଳେ ଗୃହର ଦ୍ୱାରକୁ ପିଠି ବା ପଛ କରି ବସିବା ଉଚିତ ନୁହେଁ।
  • ବୈଠକ ଗୃହ ପୂର୍ବ କିମ୍ବା ଉତ୍ତର ପଟେ ରଖିବା ଭଲ ଅନ୍ୟଥା ପଶ୍ଚିମ ପଟରେ ମଧ୍ୟ କରାଯାଇପାରେ।
  • ବୈଠକ ଘରର ଫର୍ନିଚର୍‌ଗୁଡିକୁ କାନ୍ଥକଡରେ ପକାଇବା ବ୍ୟବସ୍ଥା କରିବା ଉଚିତ। ଏବଂ ଏହି ଫର୍ନିଚର୍‌ ପଛପଟେ ଝରକା କିମ୍ବା କବାଟ ରଖିବା ଉଚିତ ନୁହେଁ।
  • ଯଦି ଝରକା ରହିଯାଏ ତେବେ ସାମ୍ନାପଟକୁ ଦର୍ପଣଟିଏ ଲଗାନ୍ତୁ ଯାହାଦ୍ୱାରା ବସିବା ସମୟରେ ଝରକା ଉପରେ ନଜର ଦରକାର ସମୟରେ ପଡିପାରିବ।
  • ଏହି ଗୃହର ମେଜିଆର ଢାଲୁ ଉତ୍ତର କିମ୍ବା ପୂର୍ବପଟକ କରିବା ଶୁଭପ୍ରଦ।
  • ଏହି ଗୃହର ଫର୍ନିଚର୍‌, ଆଲମିରା ଆଦି ଭାରି ବସ୍ତୁଗୁଡ଼ିକୁ ଏହ ଗୃହର ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣ ଭାଗରେ ରଖିବା ଭଲ।
  • ଏହି ଗୃହରେ ଇଲେକ୍ଟ୍ରୋନିକ୍ସ ଜିନିଷ ଯେମିତି ଟେଲିଫୋନ୍ ପୂର୍ବ କିମ୍ବା ଉତ୍ତର ପଟରେ ରଖିବା ଭଲ।
  • ନୈଋତ କିମ୍ବା ବାୟବ୍ୟ କୋଣରେ ରଖିଲେ ବାରମ୍ବାର ଯାନ୍ତ୍ରିକ ତୃଟି ଦେଖାଦେଇଥାଏ।
  • ଟେଲିଭିଜନ, ମ୍ୟୁଜିକ୍‌ ସିଷ୍ଟମ୍‌ ଆଦି ଇଲେକ୍ଟ୍ରୋନକ୍ସିଗୁଡିକ ଚାଲିବା ପାଇଁ ଇଲେକ୍ଟ୍ରିକ୍ ବ୍ୟବହାର ହେଉଥିବାରୁ ଏହାକୁ ଏହି ଗୃହର ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ ରଖିବା ଭଲ। ଦକ୍ଷିଣ-ପଶ୍ଚିମ (ନୈଋତି) କିମ୍ବା ଉତ୍ତର-ପୂର୍ବ (ଐଶାନ୍ୟ) ଭାଗରେ ରଖିବା ଦ୍ୱାରା ଏଥିରେ ବାରମ୍ବାର ଯାନ୍ତ୍ରିକତୃଟି ଦେଖାଦେଇଥାଏ।
  • ଏହି ଗୃହକୁ ଏହାର ରଙ୍ଗ ବିଶେଷ ପ୍ରଭାବିତ କରିଥାଏ। ଏହି ଗୃହଟିକୁ ହଳଦିଆ, ନୀଳ, ସବୁଜ କିମ୍ବା ଧଳା ରଙ୍ଗ କରିବା ଶୁଭପ୍ରଦ ହୋଇଥାଏ। ଏହି ଘରକୁ ଗାଢରଙ୍ଗ କରିବା ମଧ୍ୟ ଶୁଭ ନୁହେଁ।
  • ଏହି ଗୃହରେ କୌଣସି ହିଂସ୍ର ଜୀବଜନ୍ତୁଙ୍କର ଫଟୋଚିତ୍ର, ଯୁଦ୍ଧ, କିମ୍ବା, କୌଣସି ନେଗେଟିଭ୍ କାର୍ଯ୍ୟ ବା ଅପ୍ରତିକର କାର୍ଯ୍ୟ ହେଉଥିବା ଫଟୋ ରଖିବା ଉଚିତ ନୁହେଁ।
  • ଏହି ଘରେ ବ୍ୟବହୃତ ଫର୍ନିଚର୍‌ଗୁଡିକ ଗୋଲାକାର ବା ଅଣ୍ଡାକାର ଷଡଭୁଜାକାର, ତ୍ରିଭୁଜାକାର ବା ଅନ୍ୟ କୌଣସି ବିଚିତ୍ର ଆକାର ଫର୍ନିଚର୍‌ ରଖିବା ଉଚିତ ନୁହେଁ। କେବଳ ଆୟତକାର ଓ ଚତୁର୍ଭୁଜାକାର ଫର୍ନିଚର୍‌ ରଖିବା ଶୁଭ ହୋଇଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichar
Advertisment
Advertisment