Advertisment

Vastu: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ବାସ୍ତୁ ସିଦ୍ଧାନ୍ତକୁ ମାନିଲେ ବହୁମାତ୍ରାରେ ଏହାର ଶୁଭ ପ୍ରଭାବ ପଡିଥାଏ। ନିମ୍ନରେ କେତେଗୁଡିଏ ବାସ୍ତୁ ସିଦ୍ଧାନ୍ତ ଦିଆଗଲା, ଗୃହ ନିର୍ମାଣ ବେଳେ ଏଥି ପ୍ରତି ବିଶେଷ ଧ୍ୟାନ ଦେଲେ ଶୁଭ ଫଳ ମିଳିବ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips for Home

Many dangers may come if Vastu is wrong in construction

ପଞ୍ଚଭୁତରେ ପ୍ରଭାବ, ପ୍ରକୃତିର ନିୟମ ଓ ବିଶ୍ୱବ୍ରହ୍ମାଣ୍ଡର ଶକ୍ତି। ଏ ସବୁର ପ୍ରଭାବ ସମଗ୍ର ଚରାଚର ଜଗତ ଉପରେ ସବୁବେଳେ ପଡିଥାଏ ଏବଂ ଏହାର ସୁପ୍ରଭାବ ପଡିଲେ ଆମ ପାଇଁ ଭଲ ଏବଂ ଅଶୁଭ ପ୍ରଭାବ ପଡିଲେ ଆମ ପାଇଁ ଅନେକ ସମସ୍ୟା ଆଣିଥାଏ। ଆମେ ବାସ୍ତୁ ସିଦ୍ଧାନ୍ତକୁ ମାନିଲେ ବହୁମାତ୍ରାରେ ଆମ ଉପରେ ଏହାର ଶୁଭ ପ୍ରଭାବ ପଡିଥାଏ। ନିମ୍ନରେ କେତେଗୁଡିଏ ବାସ୍ତୁ ସିଦ୍ଧାନ୍ତ ଦିଆଗଲା, ଗୃହ ନିର୍ମାଣ ବେଳେ ଏଥି ପ୍ରତି ବିଶେଷ ଧ୍ୟାନ ଦେଲେ ଶୁଭ ଫଳ ମିଳିବ।

Advertisment
  • ଘର ଚାରିପଟେ ପାଚେରୀ ରହିବା ଆବଶ୍ୟକ। ଯେତେବେଳେ ଖାଲି ପଡିଆ ଥାଏ ସେତେବେଳେ ବାସ୍ତୁର ନିୟମ ଆମ ଉପରେ ଲାଗୁ ହୁଏନି, କିନ୍ତୁ ଯେତେବେଳେ ଆମେ ପାଚେରୀ କରିକି ଆମ ନିଜ ଜାଗାକୁ ଆବଦ୍ଧ କରିବା ସେତେବେଳେ ଏହାର ପ୍ରଭାବ ପଡିଥାଏ । ଅନେକ ଜାଗାରେ ପାଚେରୀ ନିର୍ମାଣ ନ କରିକି ଲୋକେ ସିଧା ଘର କରିଥାନ୍ତି । ଏହା ଶୁଭ ନୁହେଁ, କାରଣ ଘର ଏବଂ ପାଚେରୀ ମଧ୍ୟରେ ଅଧିକ ଜାଗାଥିଲେ ସେହି ଘରକୁ ବାହାରୁ ଆସୁଥିବା ନେଗେଟିଭ୍‌ ଏନର୍ଜି ପାଚେରୀ ଏବଂ ଗୃହ ମଧ୍ୟ ଜାଗାରେ ପ୍ରବାହିତ ହୋଇ ବାହାରକୁ ଚାଲିଯାଇଥାଏ। ଯଦି ଜାଗା ନଥାଏ ତେବେ ଏହା ଗୃହ ମଧ୍ୟରେ କୁପ୍ରଭାବ ପକାଇଥାଏ।
  • ଘରର ଚାରିପଟେ ଔଷଧିୟ ବୃକ୍ଷ ଲଗାଇବା ଆବଶ୍ୟକ। ବାସ୍ତୁରେ ବୃକ୍ଷଲତାର ପ୍ରଭାବ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଅନେକ ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏହି ବୃକ୍ଷଲତାର ବ୍ୟବହାରରେ ଶାନ୍ତି ହୋଇଥାଏ। ଏଣୁ ବାସ୍ତୁବିତ୍‌ଙ୍କ ପରାମର୍ଶକ୍ରମେ ଠିକ ଦିଗରେ ଔଷଧିୟ ବୃକ୍ଷଲତାମାନ ଲଗାଇବା ଦ୍ୱାରା ଗୃହବାସୀଙ୍କ ମଙ୍ଗଳ ହୋଇଥାଏ। କାରଣ ଏହି ବୃକ୍ଷଲତାରୁ ଯେଉଁ ପଜିଟିଭ୍‌ ଏନର୍ଜି ସୃଷ୍ଟି ହୋଇଥାଏ ତାହା ସିଧା ଗୃହକୁ ପ୍ରବେଶକରି ଗୃହବାସୀଙ୍କ ମଙ୍ଗଳ କରିଥାଏ।
  • ଘରର ପୂର୍ବପଟେ ଅଧିକ ଝରକା ରହିବା ଶୁଭ। ଆମେ ଘରଟିଏ ତିଆରି କଲାବେଳେ ଘରକୁ ବାୟୁ ଏବଂ ଆଲୋକ ଆସିବା ପାଇଁ ଝରକା ରଖିଥାଉ। ଆମେ ପଜିଟିଭ୍‌ ଏନର୍ଜିକୁ ଘରକୁ ଆଣିବା ପାଇଁ ଘରର ଶୁଭଦିଗଗୁଡିକରେ ଅଧିକ ଖୋଲାସ୍ଥାନ ଏବଂ ଝରକା ରଖିଲେ ଏହି ଶୁଭ ଏନର୍ଜି ଘରକୁ ଆସିବା ପାଇଁ ସୁବିଧା ହୋଇଥାଏ। ପୂର୍ବପଟୁ ସୂର୍ଯ୍ୟଙ୍କ ରଶ୍ମି ଘରକୁ ଅଧିକ ଆଣିବା ପାଇଁ ଏହି ଦିଗରେ ଅଧିକ ଝରକା ତିଆରି କରନ୍ତୁ। ତାହା ଗୃହବାସୀଙ୍କ ପାଇଁ ମଙ୍ଗଳ ହୋଇଥାଏ।

ଅଧିକ ପଢ଼ନ୍ତୁ: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ କାରଣ-ନିରାକରଣ

  • ଦକ୍ଷିଣ ଓ ପଶ୍ଚିମ ପଟରେ ଅଧିକ ଖୋଲାସ୍ଥାନ କିମ୍ବା ବାରଣ୍ଡା ରଖିବା ଉଚିତ ନୁହେଁ। ବାସ୍ତୁର ନିୟମ ଅନୁସାରେ ଶୁଭ ଦିଗଗୁଡିକରେ ଯଥା ପୂର୍ବ ଏବଂ ଉତ୍ତର ପଟରେ ଅଧିକ ଖୋଲାସ୍ଥାନ ରହିଲେ ସମସ୍ତ ପ୍ରକାର ପଜିଟିଭ୍‌ ଏନର୍ଜି ଏହି ଦିଗରୁ ଘରକୁ ପ୍ରବେଶ କରିଥାଏ କିନ୍ତୁ ଏହାର ଓଲଟା ବା ଦକ୍ଷିଣ ଏବଂ ପଶ୍ଚିମ ପଟରେ ଅଧିକ ଖୋଲାସ୍ଥାନ ବା ବାରଣ୍ଡା ରଖି ବ୍ୟବହାର କଲେ ଏହି ଦିଗର ନେଗେଟିଭ୍‌ ଏନର୍ଜି ଅଧିକ ସୃଷ୍ଟି ହୋଇ ଘରକୁ ପ୍ରବେଶ କରିଥାଏ।
  • ଦକ୍ଷିଣ କିମ୍ବା ପଶ୍ଚିମ ନୈଋତ କୋଣରେ ସିଡ଼ି କରିବା ଭଲ। ଏହି ଦିଗଗୁଡିକ ଅଶୁଭ ଦିଗ ହୋଇଥାଏ, ଏଣୁ ଏହି ଦିଗରେ ଅଧିକ ଲୋଡ୍‌ ଦେଇ ନିର୍ମାଣ କରାଇଲେ ଏହି ଦିଗରେ ସୃଷ୍ଟି ହେଉଥିବା ନେଗେଟିଭ୍‌ ଏନର୍ଜି ଗୃହବାସୀଙ୍କ ଉପରେ ଖରାପ ପ୍ରଭାବ ପକାଇ ନଥାଏ।
Advertisment

ଉପରୋକ୍ତ ନିୟମ ମାନି ଗୃହ ନିର୍ମାଣ କଲେ ଗୃହକର୍ତ୍ତା ଏବଂ ଗୃହବାସୀଙ୍କ ଉପରେ ଶୁଭ ପ୍ରଭାବ ପଡିଥାଏ। ପରିବାରରେ ଶାନ୍ତି ଏବଂ ସମ୍ମାନ ଦେଖାଦିଏ। ରୋଗ ଏବଂ ଶୋକରୁ ମୁକ୍ତି ମିଳିଥାଏ। ଯଦି ନିର୍ମାଣ କରିସାରିଛନ୍ତି ଏବଂ ଯଦି ଦେଖୁଛନ୍ତି ଏଥିରେ ବ୍ୟତିକ୍ରମ ହୋଇଛି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶରେ ପ୍ରତିକାର କରିନେବା ଦରକାର। ଯାହା ବିନା ଭଙ୍ଗାରୁଜାରେ ମଧ୍ୟ ସୁବିଧାରେ ହୋଇଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment