ବୋଲ ମାନୁନି ଖୁସିର ଲୁହ । ଆନନ୍ଦରେ ଫାଟି ପଡୁଛି ଛାତି । ରକ୍ତମୁଖା ଲୌହ ଦାନବର ପ୍ରକୋପ ପରଠୁ ଗତ ୫ଦିନ ଧରି ଯେଉଁ ଭୟ ଆତଙ୍କ ଆଉ କୋହରେ ବତୁରି ଯାଉଥିଲା ପ୍ରାଣ, ଆଜି ବଦଳିଯାଇଛି ସବୁକିଛି । କେଉଁ ଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି ଆଜି ନିଜ ରକ୍ତର ସନ୍ତାନଙ୍କୁ ପାଇଛନ୍ତି ଭାଗ୍ୟବାନ ବାପା, ମା’।
ବୃଦ୍ଧାବସ୍ଥାରେ ପେନ୍ସନ୍ ବନ୍ଦ ହେବା ପରେ ବିଜୟ ଦୁଆର ଦୁଆର ବୁଲୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପେନ୍ସନ୍ ହୋଇପାରୁ ନାହିଁ ।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।
ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।
ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।
କରମଣ୍ଡଳ ଏକ୍ସପ୍ରେସ କାହା କୋଳ ଖାଲି କରି ଦେଇଛି ତ ଆଉ କାହାର ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି। କୁନିକୁନି ବାଳୁତ ଶିଶୁଙ୍କୁ ବାପ ଛେଉଣ୍ଡ କରି ଦେଇଛି ଶୁକ୍ରବାର କାଳରାତିର କରମଣ୍ଡଳ ।
ଗୋଟେ ବାପାର ଆଖିରୁ ଲୁହ ସୁଖୁନି । ପୁଅକୁ ଖୋଜି ଖୋଜି ଜମା ପାଉନି । ପୁଅ ବଞ୍ଚିଛି କି ମରିଛି କିଛି ଜଣା ନାହିଁ । ଆଉ ଗୋଟେ ବାପା ଗଣ୍ଡାଗଣ୍ଡା ଗଳିତ ଶବର ଫଟୋ ଭିତରୁ ନିଜ ଭେଣ୍ଡା ପୁଅର ଚେହେରା ମିଶାଉଛି । କିଏ ତାଙ୍କ ପୁଅ ସେ ଭଲରେ ଚିହ୍ନି ପାରୁନାହାନ୍ତି । ଏବେ ବି ସନ୍ଦେହରେ ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।
୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।
୨୭୫ ଭିତରୁ ୧୭୦ ଶବ ନେଇ ସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର ।
ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍ ।
ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ ।
ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।
ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।
ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ।
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ହସ୍ପିଟାଲରେ ବେଡ୍ ନାହିଁ, ବାରଣ୍ଡାରେ ଚାଲିଛି ରୋଗୀସେବା ।
କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ବାହାନଗା ଗାଁର ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏକଥା ଶୁଣି, ଫୋନ୍ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍ କରିଛି ତାଙ୍କ ନାଁ ମୁନିସି..
ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।
ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।
ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।