/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686392730.jpg)
Pradeep Jena and Pratap Dev On Power Cut
ରାଜ୍ୟର ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ମୁହାଁମୁହିଁ ହୋଇଛନ୍ତି । ଉଭୟ ଅଲଗା ଅଲଗା କଥା କହୁଛନ୍ତି । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତି ନାଁରେ ଲାଇନ୍ କଟିବା ଗ୍ରହଣୀୟ ନୁହେଁ । ଏହାସହ ଢିଲା କାମ ପାଇଁ ସେ ତାଗିଦ କରିବାକୁ ବି ପଛାଇ ନାହାନ୍ତି । କହିଛନ୍ତି, ମରାମତିରେ ଏତେ ସମୟ ଗ୍ରହଣୀୟ ନୁହେଁ ।
ଗୁରୁବାର ଉତ୍ତର ଭୁବନେଶ୍ୱରରରେ କାଳ ବୈଶାଖୀର ଖଣ୍ଡ ପ୍ରଳୟ ପରେ ବହୁ ସମୟ ଧରି ଲାଇନ୍ ଆସିନପାରିନଥିଲା । ତେଣୁ ଟ୍ୱିଟରରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ। ଏପରିକି ସେ କହିଥିଲେ-କାଳବୈଶାଖୀରେ ଯଦି ଏମିତି ଅବସ୍ଥା, ବାତ୍ୟା ହେଲେ କଣ ହେବ ।
ତୁରନ୍ତ କାମ ସାରି ଲାଇନ ଦେବାକୁ ସେ ଟାଟା ପାୱାରକୁ ଦାଗିତ କରିଥିଲେ । ଏବେ ପୁଣି ଆସନ୍ତାକାଲି ବୈଠକ ଡାକିଛନ୍ତି । ୪ ଡିଷ୍ଟ୍ରିବ୍ୟୁସନ କମ୍ପାନିର ମୁଖ୍ୟଙ୍କୁ ବୈଠକକୁ ଡାକିଛନ୍ତି ।
ଅନ୍ୟପଟେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଭିତ୍ତିଭୂମି ଅଭାବରୁ ଉପୁଜୁଛି ବିଦ୍ୟୁତ୍ ସମସ୍ୟା । ପାୱାର ସର୍ଟେଜ୍ ନଥିଲେ ବି ଭିତ୍ତିଭୂମି ଅଭାବରୁ ଉପଭୋକ୍ତାମାନେ ଅନେକ କ୍ଷେତ୍ରରେ ପାୱାର ସପ୍ଲାଇରୁ ବଞ୍ଚିତ ହେଉଛନ୍ତି । ଏପରିକି ଟ୍ରାନସଫରମର ପୋଡ଼ି ଯାଉଛି । ସେ କହିଛନ୍ତି, ରାଜ୍ୟରେ ପାୱାର କଟ୍ ହେଉନାହିଁ । ପବନ ହେଲେ ବିଦ୍ୟୁତ କାଟ କରାଯାଉଛି ବୋଲି ପୁଣି ଥରେ ଦୋହରାଇଛନ୍ତି ମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଓ ଶକ୍ତିମନ୍ତ୍ରୀ ଅଲଗା ଅଲଗା କଥା କହୁଥିବା ବେଳେ କାହା କଥାକୁ ଲୋକେ ବିଶ୍ୱାସ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)