Advertisment

Train Tragedy: ଦେବଦୂତ ରାଜୀବ ! ସେବା କରିବାକୁ ଧାଇଁ ଆସିଲେ ୪୦୦ କିଲୋମିଟର

ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bahanaga Train Tragedy

Bahanaga Train Tragedy

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ସପ୍ତାହେ ପୁରିଛି । ଏହାରି ଭିତରେ ସାମ୍ନାକୁ ଆସୁଛି ଅନେକ ଅକୁହା କାହାଣୀ, ଅନେକ ଅଜଣା ହିରୋଙ୍କ ସାହସିକତା ଓ ସେବା। ସେମିତି ଜଣେ ନିସ୍ୱାର୍ଥପର ସେବକ ହେଲେ ବ୍ରହ୍ମପୁରର ରାଜୀବ ମିଶ୍ର। ଯିଏ ସେଦିନ ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ସାଜିଥିଲେ ଦେବଦୂତ । ଯାହାଙ୍କ ପାଇଁ ବଂଚିଯାଇଛି ଅନେକ ଜୀବନ ।

Advertisment

ଜୁନ୍ ୨ ତାରିଖ । ସନ୍ଧ୍ୟା ୬ଟା ୫୫ । ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କାନରେ ଏହି ଲୋମଟାଙ୍କୁରା ଖବର ପଡିବା ମାତ୍ରେ ନିଜକୁ ରୋକି ପାରିନଥିଲେ ରାଜୀବ । ସଙ୍ଗେ ସଙ୍ଗେ ବାହାରି ପଡିଥିଲେ ବାହାନଗା। ସାଙ୍ଗରେ ଦୁଇ ଜଣ କର୍ମଚାରୀ ଆଉ ନିଜର ଅତ୍ୟାଧୁନିକ ଆମ୍ବୁଲାନ୍ସଳ ଧରି ରାତାରାତି ନନଷ୍ଟପ ଗାଡି ଚଲାଇ ପହଁଚିଯାଇଥିଲେ ୪ ଶହ କିଲୋମିଟର ଦୂର ଦୁର୍ଘଟଣାସ୍ଥଳରେ। ଆରମ୍ଭ କରିଦେଇଥିଲେ ସେବା। ଏନଡିଆରଏଫ୍ ଓ ଉଦ୍ଧାରକାରୀ ଦଳ ସହ ମିଶି ନିଜ ଆମ୍ବୁଲାନ୍ସରେ ଆହତଙ୍କୁ ପହଁଚାଇଥିଲେ ହସପିଟାଲରେ। କେତେବେଳେ ସୋର ତ କେତେବେଳେ ବାଲେଶ୍ୱର ବଡ ମେଡିକାଲ। ଅଖିଆ ଅପିଆ ଅନିଦ୍ରା ରହି ଆମ୍ବୁଲାନସରେ ଯୋଗାଇ ଚାଲିଥିଲେ ସେବା ।

ସେଦିନ ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ବ୍ରହ୍ମପୁର ଜଗନ୍ନାଥ ବିହାରର ରାଜୀବ ମିଶ୍ର। ପେଶାରେ ଜଣେ ଫାର୍ମାସିଷ୍ଟ। ରାଜୀବଙ୍କ ପାଖରେ ରହିଛି ଗୋଟିଏ ଆଇସିୟୁ ଆମ୍ବୁଲାନ୍ସ ଏବଂ ଅଉ ଗୋଟେ ସାଦା ଆମ୍ବୁଲାନ୍ସ। ଏହି ଦୁଇ ଆମ୍ବୁଲାନ୍ସରେ ପାଖାପାଖି ୪୦-୪୫ ଜଣ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ପହଁଚାଇଥିଲେ ରାଜୀବ ଏବଂ ତାଙ୍କ ସହଯୋଗୀ। ଚାରି ଦିନ ଧରି ସେଠାରେ ରହି ଉଦ୍ଧାରକାରୀ ଦଳକୁ ସହଯୋଗ କରିଥିଲେ ଏବଂ ଆହତଙ୍କୁ ଯୋଗାଇଥିଲେ ସେବା। ଦୁର୍ଘଟଣାକୁ ସପ୍ତାହେ ବିତିଥିବା ବେଳେ ଏବେବି ଆଖି ସାମ୍ନାକୁ ଆସିଯାଉଛି ସେଦିନର ହୃଦୟବିଦାରକ ଦୃଶ୍ୟ।

Advertisment

ବାହାନଗାରୁ ବ୍ରହ୍ମପୁର ଫେରିବା ପରେ ରାଜୀବ ଏବଂ ତାଙ୍କ ସହଯୋଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନିସ୍ୱାର୍ଥପର ସେବା ପାଇଁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସମସ୍ତେ ।

Train Accident
Advertisment
Advertisment