ବଲାଙ୍ଗିର ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ବ୍ଲକ ଘେରାଉ କରାଯାଇଛି ।
ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।
ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା । ଶିଶୁକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି ।
ବଲାଙ୍ଗିର ପୁଇଁତଳା ଥାନା ପଦମପୁର ଗାଁର ଘଟଣା । ଖେଳୁଥିବା ବେଳେ ଖୋଲା ଗଭୀର କୂଅରେ ଖସିପଡିଥିଲା ଶିଶୁ ।
ବାପା ମାଆଙ୍କ ପ୍ରୋତ୍ସାହନରେ ପୁଅ ନିଜର ଭବିଷ୍ୟତ ଉଜ୍ଜଳ କରିବାକୁ ଲାଗିପଡ଼ିଲା ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
ଏଠି ପ୍ରଶ୍ନ ଉଠୁଛି, ଶବ ପଡି ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ସତ୍କାର କରାଗଲାନି କାହିଁକି ।
ଜନ୍ମମାଟିକୁ ଟାଣିଆଣିଲା ଗଛ ମୋହ..୧୦୮ ଗଛକୁ ପୋଷ୍ୟ ଭାବେ ଗ୍ରହଣ କଲେ ଆମେରିକାରେ ଚାକିରି କରୁଥିବା ବ୍ରହ୍ମପୁର ଯୁବକ...
ଦୀର୍ଘ ୭ ଦଶନ୍ଧିର ଶିକ୍ଷାନୁଷ୍ଠାନ ନେଇଛି ନୂଆ ରୂପ ।
ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।
କିଛି ହୋଟେଲ୍ ରୁମ୍ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।
କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ
ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଘର ଘୋଟାଲା। ଜୋଡିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ବଡ଼ ଦୁର୍ନୀତି ହୋଇଛି
କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି ।
ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ ।
ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।
ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।
ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍
ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି ।
ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍।
ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।