• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଚଳିତ ବର୍ଷ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାରେ ଯାଉଛନ୍ତି କି ? ତେବେ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ପଢ଼ନ୍ତୁ । ଏହା ଆପଣଙ୍କ ପାଇଁ ନିହାତି ଜରୁରୀ । ଆପଣ ଅମରନାଥ ଯାତ୍ରା ବେଳେ କୋଲ୍ଡ ଡ୍ରିଙ୍କ୍‌, କୁରକୁରେ ଭଳି ସ୍ନାକ୍ସ ଆଇଟମ୍, ଡିପ୍‌ ଫ୍ରାଏ, ଫାଷ୍ଟଫୁଡ୍ ଭଳି ଖାଦ୍ୟ ଏବଂ ଜଲେବି, ହାଲୱା ଆଦି ମିଠା ଖାଇପାରିବେ ନାହିଁ । ଏଭଳି ଖାଦ୍ୟ ଏଠାରେ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି ।

ମନ୍ଦିର ବୋର୍ଡ ପକ୍ଷରୁ ଖାଦ୍ୟକୁ ନେଇ ଏହି ବାରଣ କରାଯାଇଛି । ଅଫିସିଆଲ ଭାବେ ଆଲୋଚନା କରାଯାଇ ଏକ ବୋର୍ଡ ଜରିଆରେ ଲେଖାଯିବା ସହ ବିଦ୍ଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ଏହା ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରାମର୍ଶରେ ବୋଲି କୁହାଯାଇଛି । ଏହି ସବୁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କହିବା ସହ ତୀର୍ଥ ବେଳେ ଏଭଳି ଖାଦ୍ୟ ଖାଇବା ଉଚିତ୍ ନୁହେଁ ବୋଲି ମଧ୍ୟ କୁହାଯାଇଛି । 

ଏଥିପାଇଁ ଏକ ବିସ୍ତୃତ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି । ଏହାକୁ ସମସ୍ତ ତୀର୍ଥଯାତ୍ରୀ ଏବଂ ସେବା ପ୍ରଦାନକାରୀ ମନିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ଖାଦ୍ୟ ପରଷିବା ତଥା ବିକ୍ରୟ କରୁଥିବା ବିଭିନ୍ନ ଦୋକାନୀ ମଧ୍ୟ ଏଥିପ୍ରତି ଧ୍ୟାନଦେବେ ବୋଲି କୁହାଯାଇଛି । ତୀର୍ଥଯାତ୍ରୀମାନଙ୍କୁ ଅମରନାଥ ଯାତ୍ରାରେ ବେଳେ ପ୍ରାୟ ୧୪ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ପଡ଼ିଥାଏ । ଏହି ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ନହେଉ, ସେଥିପାଇଁ ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ବାରଣ କରାଯାଇଛି । 

୨୦୨୨ ମସିହାରେ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ପ୍ରାୟ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ସରକାର ସ୍ୱାସ୍ଥ୍ୟ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ଜୋର ଦେଉଛନ୍ତି । ଏହାସହ ରାସ୍ତାରେ ବିଭିନ୍ନ ସ୍ଥାନରେ ଅମ୍ଳଜାନ ସେଣ୍ଟର ସ୍ଥାପନ ଏବଂ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ଗତ ବର୍ଷ ଠାରୁ, ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ RFID ଟ୍ୟାଗ୍ ମଧ୍ୟ ବ୍ୟବହୃତ ହେଉଛି । ଏହି ପରିପ୍ରେକ୍ଷୀରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ସ୍ୱାସ୍ଥ୍ୟକର ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।

ଅମରନାଥ ଯାତ୍ରା ୨୦୨୩ର ନୂଆ ଖାଦ୍ୟ ତାଲିକାରେ ଧାର୍ମିକ କାରଣରୁ ମାଂସାହାରୀ ଭୋଜନ, ମଦ୍ୟପାନ, ତମାଖୁ, ଗୁଟଖା, ପାନ ମସଲା, ଧୂମ୍ରପାନ ଭଳି ପ୍ରାୟ ସମସ୍ତ ନିଶା ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲାଗିଛି । କ୍ଷୀର, ଫଳ ରସ, ଲେମ୍ବୁ ସ୍କ୍ୱାସ୍ ଏବଂ ପନିପରିବା ସୁପ୍ ଅନୁମତିପ୍ରାପ୍ତ ।

ହେଭି ପୁଲାଉ / ଫ୍ରାଏଡ୍‌ ରାଇସ୍‌ ଭଳି ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଯାଇଛି । କିନ୍ତୁ ସାଧା ଭାତ ସହିତ ଆପଣ ଭଜା, ଡାଲି, ପୋହା, ଉତ୍ଥପମ୍, ଇଡଲି ଏବଂ ସାଧାରଣ ଡାଲି-ରୁଟି ଏବଂ ଚକୋଲେଟ୍ ଭଳି ହାଲୁକା ଖାଦ୍ୟ ଖାଇପାରିବେ । କ୍ଷୀର, ଓଟସ୍, ଶୁଖିଲା ଫଳ, ମହୁ ଖାଇପାରିବେ । କିନ୍ତୁ ଫାଷ୍ଟଫୁଡ୍ ଭଳି ଖାଦ୍ୟ ଏବଂ ପୁରୀ ଛୋଲେ ଭଟୁରେ, ପିଜା, ବର୍ଗର, ଦୋସା, ଚାଓମିନ୍ ଭଳି ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ହାଲୱା, ଜଲେବି, ଗୁଲାବ ଜାମୁନ୍, ଲଡୁ, ଖୁଆ ବାର୍ଫି ଏବଂ ରସଗୋଲା ଭଳି ସମସ୍ତ ସାମଗ୍ରୀ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି । କ୍ରଞ୍ଚି ସ୍ନାକ୍ସ, ଚିପ୍ସ, ମଟ୍‌ଠି, ମିକ୍ସଚର, ପାକୋଡା, ସାମୋସା, ଫ୍ରାଏଡ୍ ଡ୍ରାଏ ଫ୍ରୁଟ୍‌ସ ଭଳି ଖାଦ୍ୟ ମଧ୍ୟ ବ୍ୟାନ୍ କରାଯାଇଛି ।