• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରେନ ଛାତ ଉପରେ ଶୋଇ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଜିଆରପି । ଏକ ଏକ୍ସପ୍ରେସ ଟ୍ରେନ ବଗି ଉପରେ ଜଣେ ବ୍ୟକ୍ତି ଚଢି ଯାତ୍ରା କରୁଥିଲେ । ରୂପସା ଷ୍ଟେସନ ମ୍ୟାନେଜର ଏହା ଦେଖି ଖବର ଦେଇଥିଲେ । ବାଲେଶ୍ୱର ଷ୍ଟେସନରେ ସିଡ଼ି ପକାଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।