ବୟସର ଅପରାହ୍ନରେ ପର କରିଦେଲା ପ୍ରଶାସନ । ଶେଷରେ ଭଙ୍ଗା କୁଡ଼ିଆ ଘରେ ଶୀତ ଖରା କକାରକୁ ସାମ୍ନା କରି ଦିନ କାଟୁଛନ୍ତି ୭୦ ବର୍ଷୀୟ ବୃଦ୍ଧ ସୀତାରମ ମୁଣ୍ଡା । ଶେଷ ସମୟରେ ସାଥୀ ସାଜିଛନ୍ତି ଦୁଇଟି ବୁଲା କୁକୁର ।
ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଡିଓ, କଲେକ୍ଟର ଓ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ କେହି ଶୁଣୁନାହାନ୍ତି ।
ଶୁଖିଲା ପଡ଼ିଥିବା ଏଇ ନାଳ କରାଳ ରୂପ ନିଏ ବର୍ଷା ଦିନେ.. ଅସରାଏ ଅଜାଡ଼ିଦେଲେ ୧୦ଟି ଟୋଲାର ୨୫ହଜାର ଲୋକଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଏ.. ମରଣଯନ୍ତା ପାଲଟିବାକୁ ବି ପଛାଏ ନାହିଁ..
ଆଉ କେତେ ଦିନ ? କେତେଦିନ ଯାଏ ଏମିତି ମାଇଲ ମାଇଲ ବାଟ ଯାଇ ଜୀବନ ପାଇଁ ଦୁଇ ବୁନ୍ଦା ପାଣି ଆଣୁଥିବେ ଏମାନେ ? କେତେ ସ୍ୱଚ୍ଛ ଓ ନିରପଦ ଏ ଚୁଆର ଜଳ ?
ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ...ସ୍ଥିତି ଏମିତି ଯେ, ଡାକ୍ତର ବି ଉନ୍ନତ ଚିକିତ୍ସା ପାଇଁ କରୁନାହାନ୍ତି ରେଫର...