ରାଜ୍ୟରେ କଲବଲ କରୁଛି ତାତି। ଆଜି ସକାଳ ସାଢେ ୧୧ଟା ୪୨ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ସେହିପରି ଝାରସୁଗୁଡ଼ାରେ ୪୧.୮, ଭୁବନେଶ୍ୱରରେ ୪୧.୬, ହୀରାକୁଦରେ ୪୧.୨, କେନ୍ଦୁଝରରେ ୩୮.୪ , ବାଲେଶ୍ୱର ୩୭, ଚାନ୍ଦବାଲିରେ ୩୭, ପୁରୀରେ ୩୬.୨, ପାରାଦୀପରେ ୩୪.୪ ଓ ଗୋପାଳପୁରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା #ସମ୍ବଲପୁର: ୪୨ ଡ଼ିଗ୍ରୀ#ଝାରସୁଗୁଡା: ୪୧.୮ ଡ଼ିଗ୍ରୀ#ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ#ହୀରାକୁଦ : ୪୧.୨ ଡ଼ିଗ୍ରୀ
— Meteorological Centre, Bhubaneswar (@mcbbsr) June 12, 2023
କେନ୍ଦୁଝର: ୩୮.୪ ଡ଼ିଗ୍ରୀ
ବାଲେଶ୍ୱର: ୩୭ ଡ଼ିଗ୍ରୀ
ଚାନ୍ଦବାଲି: ୩୭ ଡ଼ିଗ୍ରୀ
ପୁରୀ: ୩୬.୨ ଡ଼ିଗ୍ରୀ
ପାରାଦୀପ: ୩୪.୪ ଡ଼ିଗ୍ରୀ
ଗୋପାଳପୁର:୩୪ ଡ଼ିଗ୍ରୀ
ସେପଟେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ସେପଟେ ପାରାଦୀପରେ ସର୍ବାଧିକା ଆଦ୍ରତା ୮୩% ରହିଛି । ଚାନ୍ଦବାଲିରେ ୮୦%, ଗୋପାଳପୁରରେ ୭୯%, ପୁରୀରେ ୭୬% ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
— Meteorological Centre, Bhubaneswar (@mcbbsr) June 12, 2023
ପାରାଦୀପ:୮୦%
ଗୋପାଳପୁର:୭୦%
ପୁରୀ: ୬୪%
ଚାନ୍ଦବାଲି: ୬୪%
ବାଲେଶ୍ୱର: ୬୧%
ଭୁବନେଶ୍ୱର: ୪୩%
କେନ୍ଦୁଝର: ୩୫%
ହୀରାକୁଦ: ୩୦%
ସମ୍ବଲପୁର:୨୮%
ଝାରସୁଗୁଡା: ୨୬%
ଆଗାମୀ ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଉପକୂଳ ଅଞ୍ଚଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।