• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ବଡ଼ ଅଘଟଣ । ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏହାପରେ ତୁରନ୍ତ ପାଳିଆ ସେବକଙ୍କୁ ସୂଚନା ଦିଆଯାଇଥିଲା । ଆଉ ଏଥିପାଇଁ ଏବେ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କର ମହାସ୍ନାନ ହେବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା ମିଳିଛି ।

ମହାପ୍ରଭୁ ଯାତ୍ରାରେ ବାହାରିଥିବାରୁ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ । ଏହି ମହାସ୍ନାନ ପରେ ସର୍ବାଙ୍ଗ ହେବ ଏବଂ ତା’ପରେ ହେବ ବେଶ ନୀତି । ଆଉ ତା’ପରେ ଛେରାପହଁରା ନୀତି କରାଯିବ । ଏଥିପାଇଁ ନୀତିରେ ପ୍ରାୟ ଏକଘଣ୍ଟା ବିଳମ୍ବ ଘଟିବ ।

ସେପଟେ ମହାସ୍ନାନ ପୂର୍ଣ୍ଣିମାରେ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ଭକ୍ତଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପୁରୀ ବଡ଼ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ୧୦୮ ସୁବାସିତ ଗରା ଜଳରସ୍ନାନ କରିଛନ୍ତି ଶ୍ରୀଜିଉ । ଏହି ପବିତ୍ର ଦିନରେ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ଏପଟେ ବଡଦାଣ୍ଡରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଶ୍ରଦ୍ଧାଳୁଙ୍କ ଉପରେ ପାଣି ଛିଞ୍ଚିଛି ଅଗ୍ନିଶମ ବାହୀନି ।

  • Reported by:
  • MADHUSUDAN MISHRA