Advertisment

ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ: ଶ୍ରୀମନ୍ଦିର ତିନିବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ

ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Devotees offer prayers to Patti Dian in Puri

ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ଶ୍ରୀଜିଉ। ଅନବସର ଘରେ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିରରେ ତିନିବାଡ଼ରେ ପୂଜା ପାଉଛନ୍ତି ପିଟିଦିଅଁ। ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନପାଇ ଏବେ ବ୍ରହ୍ମଗିରି ମୁହାଁ ଭକ୍ତ। ସେଠି ଅଲାରନାଥଙ୍କୁ ଦର୍ଶନ ସହ କ୍ଷୀରି ଭୋଗ ପାଇ କୃତ୍ୟ କୃତ୍ୟ ହେଉଛନ୍ତି।

Advertisment

ଶ୍ରୀମନ୍ଦିରରେ ଶୁଭୁନାହିଁ କୋଳାହଳ। ଅଣସର ଘରେ ଜ୍ୱରରେ କଂପୁଛନ୍ତି ଚତୁର୍ଦ୍ଧା ମୂରତି। ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର  ବଳଭଦ୍ର,  ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ। ଗତକାଲି ବିଳମ୍ବିତ ରାତ୍ରିରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି କରାଯାଇଥିଲା। ଏପଟେ ଶ୍ରୀବିଗ୍ରହମାନଙ୍କ ସ୍ଥାନରେ  ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ। ଶ୍ରୀବଳଭଦ୍ରଙ୍କ ବାଡ଼ରେ ଅନନ୍ତ  ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ପୂଜା ପାଉଛନ୍ତି।

ତେଣେ ଶ୍ରୀମନ୍ଦିରରେ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନପାଇ ଭକ୍ତ ବ୍ୟାକୁଳ। ଧାଇଁଛି ବ୍ରହ୍ମଗିରିର ଅଲାରନାଥ ପୀଠକୁ। ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଅନବସରର ସମୟରେ ଏଠି ଚତୁର୍ଭୁଜ ନାରାୟଣ ରୂପୀ ଅଲାରନାଥଙ୍କୁ ଦର୍ଶନ କଲେ ସମ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଆଜି ଭୋରରୁ ଚାରିଟାରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ସହ ଅନ୍ୟ ନୀତି ବଢ଼ିବା ପରଠୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଚାଲିଛି।

Advertisment

ହଜାର ହଜାର ଶ୍ରଦ୍ଧାଳୁ ବ୍ୟାରିକେଡ୍ ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଅଲାରନାଥଙ୍କ ସାନିଧ୍ୟ ନେଉଛନ୍ତି। ତାସହ ଆନନ୍ଦ ବଜାରରେ ଅଲାରନାଥଙ୍କ ଅତିପ୍ରିୟ କ୍ଷୀରି ପ୍ରସାଦ ପାଇ ଧନ୍ୟ ମନେ କରୁଛନ୍ତି। ସେପଟେ ଶାନ୍ତିଶୃଙ୍ଖଳା ପାଇଁ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ମହାପ୍ରଭୁ ଜଗନ୍ନାଥ ଜ୍ୱରରୁ ସୁସ୍ଥ ହୋଇ ନେତ୍ରୋତ୍ସବରେ ଭକ୍ତଙ୍କୁ ଦର୍ଶନ ନଦେବା ଯାଏଁ ଅଲାରନାଥ ପୀଠରେ ଲାଗି ରହିବ ଏମିତି ଗହଳି।

ରିପୋର୍ଟ: ରବିନାରାୟଣ ପୂଜାରୀ

Jagannath Temple
Advertisment
Advertisment