Advertisment

ଓଡ଼ିଶାର ଏହିସବୁ ସ୍ଥାନରୁ କୋଲକାତାକୁ ମାଗଣାରେ ବସ୍‌ରେ ଯାଇପାରିବେ...

କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍‌ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Free Bus Service To Kolkata

Free Bus Service To Kolkata

କୋଲକାତାକୁ ମାଗଣା ବସ୍। ଭୁବନେଶ୍ୱର, ପୁରୀ ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍‌ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ତେଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଲକାତାକୁ ମାଗଣା ସେବା ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ ହେବ। ବାଲେଶ୍ୱର ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ। କଟକ, ଭୁବନେଶ୍ୱର, ପୁରୀରୁ ପ୍ରତି ଦିନ ପ୍ରାୟ ୫୦ଟି ବସ୍ କୋଲକାତା ଯାଇଥାଏ।

ବାହାନଗା ଟ୍ରେନ୍ ଟ୍ରାଜେଡିରେ ଏବେ ଯାଏ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି। ଦୁଇ ଥର ଗଣନା ପରେ ଏହି ସଂଖ୍ୟା ସାମ୍ନାକୁ ଆସିଛି। ଗୋଟିଏ ମୃତଦେହକୁ ଦୁଇ ଦୁଇ ଥର ଗଣା ଯାଇଛି। ବାରମ୍ବାର ଯାଞ୍ଚ ଓ କ୍ରସ୍‌ ଚେକ୍ ପରେ ସଠିକ୍ ସଂଖ୍ୟା ସାମ୍ନାକୁ ଆସିଛି।  

Advertisment

ଇଲେକଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ୍ ବଦଳିବାରୁ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏଭଳି କିଛି ବଡ଼ ସୂଚନା ଦେଇଛନ୍ତି। ବାହାନଗା ଟ୍ରେନ୍ ଟ୍ରାଜେଡିର ଏହା ହେଉଛି ପ୍ରମୁଖ କାରଣ। ଇଲକଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି।

Advertisment
Advertisment