• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଜି ରାଜ୍ୟର ୩ ଜିଲ୍ଲାରୁ ଅଧିକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ପାର୍‌ କରିଛି । ଫଳରେ ଅଧିକାଂଶ ସ୍ଥାନରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଫଳରେ ଏହି ଦୁଇ ଜିଲ୍ଲା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ପାଲଟିଛି । ସେହିପରି ହୀରାକୁଦ ୪୨.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲିରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଖାଲି ସେତିକି ନୁହେଁ କେନ୍ଦୁଝରରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେଉଛି ।

କେନ୍ଦୁଝରରେ ଆଜି ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜରି ରହିଥିବାରୁ ଏଥିରୁ ବାଦ୍‌ ପଡ଼ିନାହିଁ ଶ୍ରୀକ୍ଷେତ୍ର ପୁରୀ । ପୁରୀରେ ମଧ୍ୟ ୩୬.୨ ଡିଗ୍ରୀ ତାପମାତ୍ରା ରହିଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଆହୁରି ୩ ଦିନ ତାତି ଲାଗି ରହିବା ନେଇ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟ୍‌ ୱେଭ୍‌ ସତର୍କତା ଜାରି ହୋଇଛି । ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଥିବା କହିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଦିନ ୧୧ଟାରୁ ୩ଟା ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

  • Reported by:
  • ARACHANA SATPATHY